ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ହଜାର ବୃକ୍ଷରୋପଣ ।

0 1,583

ଦିଗପହଣ୍ଡି,୧୫/୦୮(ପିପିଟି); ଆଜି ହେଉଛି ପବିତ୍ର ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ ତାରିଖରେ ଆମ ଦେଶ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏଭଳି ଏକ ପବିତ୍ର ଦିନରେ ଆଜି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମରେ ଏକ ହଜାର ବୃକ୍ଷରୋପଣ କରାଯାଇଥିଲା । କୃଷ୍ଣଚନ୍ଦ୍ର ବେହେରାଙ୍କ ତତ୍ଵବଧାନ ରେ ଗ୍ରାମର ଯୁବାପିଢି ନିଳା, ମିଥୁନ, ପିଣ୍ଟୁ, ଅଶ୍ବୀନି,ରୋହିତ, ମନୋଜ,ମିଟୁ,ବୁଲୁ,ସୁଶାନ୍ତ,ଶିବ, ଦିଲ୍ଲୀପ, ଦୀପକ୍,କାଳିଆ, ବଳିଆ, ଚଗଲା, କୀର୍ତନ,ସୁନେଲି, ଅନିଲ୍, ସିକେନ୍ଦ୍ର, ରଞ୍ଜିତ,କୃଷ୍ଣ, ସନା ସମସ୍ତେ ମିଳିମିଶି ରୋଡ ର ଦୁଇ ପାର୍ଶ୍ୱରେ ବୃକ୍ଷ ରୋପଣ କରିଥିଲେ । ଗ୍ରାମକୁ ସବୁଜ ସୁନ୍ଦର ଗ୍ରାମରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିବା ଜଣାପଡିଛି । ପ୍ରତ୍ୟକ ଲୋକ ମାନଙ୍କ ନଜରରେ ସେ ଜଣେ ବହୁତ ଭଲ ମଣିଷ । କରୋନା ଭଳି ମହାମାରୀ ସମୟରେ ଲୋକ ମାନଙ୍କ ସୁଖଦୁଃଖ ରେ ଆସି ଛିଡ଼ାହୋଇ ନିଜର କ୍ଷମତା ଅନୁସାରେ ସାହାଯ୍ୟ କରୁଛନ୍ତି କୃଷ୍ଣଚନ୍ଦ୍ର ବେହେରା । ଆଗକୁ ଏମିତି ଆମ କାମ ଜାରୀରହିବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ବେହେରା । ଗ୍ରାମର ବୁଦ୍ଧିଜୀବୀ ମାନେ କୃଷ୍ଣଚନ୍ଦ୍ର ବେହେରାଙ୍କ ଏଭଳି କାମ ଦେଖି ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.