ସ୍ବେଛାକୃତ ରକ୍ତ ଦାନ ଶିବିରରୁ ୩୪ ୟୁନିଟ ରକ୍ତ ସଂଗ୍ରହ ।

0 346

ଭଞ୍ଜନଗର,୨୦/୧୧(ପିପିଟି) ଶ୍ରୀସତ୍ୟ ସାଇବାବାଙ୍କ ୯୬ ତମ ଆଗମନ ଦିବସ ଅବସରରେ ସ୍ଥାନୀୟ ଶ୍ରୀସତ୍ୟ ସାଇ ବିଦ୍ୟା ବିହାର ଠାରେ ଶନିବାର ଆୟୋଜିତ ଏକ ସ୍ବେଛାକୃତ ରକ୍ତ ଦାନ ଶିବିରରୁ ମୋଟ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଙ୍ଗଠନର ଗଞ୍ଜାମ ଜିଲ୍ଲା ସଭାପତି ଦେବାଶିଷ ମିଶ୍ର,ସମ୍ମାନିତ ଅତିଥିଭାବେ ପି. ସ୍ୱରାଜ୍ୟ କୁମାର ପାତ୍ର ଓ ଅନ୍ୟ ସାଇ ପ୍ରେମୀ ମାନେ ଉପସ୍ଥିତ ଥିଲେ।ସମାଜରେ ରକ୍ତର ଅଭାବ ପୂରଣ କରିବା ସକାଶେ ଅତିଥିମାନେ ସ୍ବେଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଭଞ୍ଜନଗର ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି,ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.