ସ୍ବେଚ୍ଛାସେବୀ ସଂଗଠନ ତରଫରୁ ସାମାଜିକ କର୍ମୀଙ୍କୁ ସମ୍ମାନିତ କରାଯାଇଛି।

0 303

ପଦ୍ମପୁର,୨୭/୦୮(ପିପିଟି); ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ଦୀପା ବାରିକଙ୍କୁ ସଚେତନ ନାଗରିକ ସମ୍ମାନ ୨୦୨୦ ପ୍ରଦାନ କରାଯାଇଛି। ଦୀପା ବରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରହୁଥିବା ସତ୍ତ୍ୱେ ସବୁବେଳେ ପୃଥିବୀର ଦୈନନ୍ଦିନ ଖବର ଲୋକଙ୍କ ସମସ୍ୟା ଉପରେ ନଜର ରଖିଥାନ୍ତି। କେବଳ ସେତିକି ନୁହେଁ ଯିଏ ଯେଉଁଠାରେ ଥାଆନ୍ତୁ ନା କାହିଁକି ଯଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ଦୀପା ସହାୟତା ଯୋଗାଇ ଦେବାପାଇଁ ଚେଷ୍ଟା କରନ୍ତି ଏବଂ ଅଧିକାଂଶ ସମୟରେ ସଫଳ ମଧ୍ୟ ହୋଇଛନ୍ତି। ଦୀପା ନିଜ ବ୍ୟକ୍ତିଗତ ଜୀବନ ତଥା ପାରିବାରିକ ସମସ୍ୟା ଗୁଡ଼ିକୁ ପଛରେ ପକାଇ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଇଛନ୍ତି । କୌଣସି ଗ୍ରାମକୁ ରାସ୍ତା ସମସ୍ୟା ହେଉ କି ପିଇବା ପାଣି ସମସ୍ୟା ଆପଣଙ୍କ ନଜରକୁ ଆସିଲେ ସଙ୍ଗ ସଙ୍ଗେ ସାମାଜିକ ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି,ଏହାଦ୍ବାରା ଆପଣ ଅନେକ ଜଟିଳ ସମସ୍ୟା ଗୁଡିକର ସମାଧାନ କରିଥିବାର ନଜିର ରହିଛି ।ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକୁ ଦେଖି ବିଶ୍ବ ଖବର ପୋର୍ଟାଲ ନିଉଜ ଏବଂ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ତାଙ୍କୁ ଚଳିତ ବର୍ଷର ସଚେତନ ନାଗରିକ ସମ୍ମାନ ୨୦୨୦ ରେ ଡିଜିଟାଲ ମାଧ୍ୟମରେ ସମ୍ମାନିତ କରାଯାଇଛି ବୋଲି ବଦାନ୍ୟ ବନ୍ଧୁ ସଂଗଠନର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ସୂଚନା ଦେଇଛନ୍ତି । ଏହି ସମ୍ମାନ ପାଇବାପରେ ଦୀପାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.