ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

0 446

ଉଲୁଣ୍ଡା,୧୬/୦୭(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିସିପଡା ଗ୍ରାମପଞ୍ଚାୟତ ନୋଡାଲ ସ୍କୁଲ ପରିସରରେ ଯୁବ ପ୍ରତୀକ ଆସୋସିଏସନ,ସୁବର୍ଣ୍ଣପୁର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହାକୁ ବିସିପଡା ସରପଞ୍ଚ ପିଙ୍କି ବିଶି ଓ ଧର୍ମଶାଳା ଫାଣ୍ଡି ଅଧିକାରୀ ଶିଶୁପଲ ନାଗ ମୁଖ୍ୟ ଅତିଥି ଏବଂ ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିବିରକୁ  ଉଦ୍‌ଘାଟନ କରିଥିଲେ । ଏଥିରେ ୪ ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୩୦ଜଣ ରକ୍ତଦାତା ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । ଏହି ଶିବିରକୁ ଅମୀୟ ରଞ୍ଜନ ଦାଶ,ଅଭିଷେକ ଶର୍ମା, ସୁଭମ ଗୁରୁ,ତ୍ରିଲୋଚନ ଦଳେଇ ,ଅମର୍ଥ୍ୟ ବିଶି, ଦିପେନ ଦଳେଇ, ଈଶ୍ୱର ବେହେରା ,କପିଳ ଶତପଥୀ, ବୁଢ଼ାରଜା ଯୁବ ସଂଗଠନ ସୋନପୁର ସଭାପତିସିବାସଙ୍କର ନାୟକ,ଓଡିଶା ପୋଲିସ ସଂଗଠନର କୁମୁଦ ମେହେର, ଦିନେସ ମିଶ୍ର,ଓଡିଶା ରକ୍ତଦାତା ସଂଘର ସଦସ୍ୟ ମନୋଜ ପଣ୍ଡା ପରିଚାଳନା କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ରକ୍ତଭଣ୍ଡାର ଡାକ୍ତର ଦୁର୍ଗଦତ୍ତ ଦାସ,ସୁବାସ ପଣ୍ଡା,ଜଗତ ଦରୁଆନ,ଜିଧିଷ୍ଠିର ନାୟକ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.