ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

0 102

ଉଲୁଣ୍ଡା,(ପିପିଟି)୦୪/୦୫,ସୁବର୍ଣ୍ଣପୁର ଜିଲ୍ଲାରେ ତାଲାବନ୍ଦ ଯୋଗୁ ଦେଖାଦେଇଥିବା ରକ୍ତର ଅଭାବ କୁ ଦୃଷ୍ଟିରେ ରଖି ବିରମହରାଜପୁର ୟୁଥ କ୍ଳବ ବଜରଙ୍ଗୀ କ୍ଳବ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ବୁଣାକାର ସୁବିଧା କେନ୍ଦ୍ର ଠାରେ ଅନୁଷ୍ଠିତ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତି ଉସ କୁମାରୀ,ଜିଲ୍ଲା ପରିଷଦ ସଦସ୍ୟା ଗାୟତ୍ରୀ ପାଣିଗ୍ରାହୀ,ଓଡିଶା ରକ୍ତଦାତା ସଂଘର ସଦସ୍ୟ ମନୋଜ କୁମାର ପଣ୍ଡା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଶିବିରରେ  ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ରାମ ମେହେର,ସବିତା ମେହେର,ଧୂମକେତୁ ମେହେର,ଦେବରାଜ ପୁରୋହିତ ପ୍ରମୁଖ ରକ୍ତଦାନ କରିଥିଲେ ।ଶିବର୍ଣ୍ଣପୁର ଜିଲ୍ଲା ରକ୍ତଭଣ୍ଡାର ର ଡାକ୍ତର ପ୍ରକାଶ ମହାନ୍ତି,ସୁବାସ ପଣ୍ଡା,ଯୁଧିଷ୍ଠିର ମେହେର,ପ୍ରଦୀପ ପୂଜାରୀ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.