ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର,ପୁଣି ଶୀର୍ଷରେ ଇନ୍ଦୋର ।

0 1,223

ନୂଆଦିଲ୍ଲୀ,୨୦/୦୮; କେନ୍ଦ୍ର ସରକାର ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ ଫଳାଫଳ ଘୋଷଣା କରିଛନ୍ତି ।ଏହି ପ୍ରତିଯୋଗିତାରେ ପୁଣି ଇନ୍ଦୋର ଶୀର୍ଷ ସ୍ଥାନ ହାସଲ କରିଛି । ଇନ୍ଦୋର ଲଗାତର ଚତୁର୍ଥ ଥର ପାଇଁ ଏହି ସ୍ଥାନ ହାସଲ କରିଛି । ଦ୍ବିତୀୟ ସ୍ଥାନରେ ଗୁଜୁରାଟର ସୁରତ,ତୃତୀୟ ସ୍ଥାନ ମହାରାଷ୍ଟ୍ରର ନବି ମୁମ୍ବାଇ,ଚତୁର୍ଥ ସ୍ଥାନରେ ଆନ୍ଧ୍ରପ୍ରଦେଶର ବିଜୟୱାଡା,ପଞ୍ଚମ ସ୍ଥାନରେ ଗୁଜୁରାଟର ଅହମ୍ମଦବାଦ,ପଷ୍ଠ ସ୍ଥାନରେ ଗୁଜୁରାଟର ରାଜକୋଟ,ସପ୍ତମ ସ୍ଥାନରେ ମଧ୍ୟପ୍ରଦେଶର ଭୋପାଳ,ଅଷ୍ଟମ ସ୍ଥାନରେ ଚଣ୍ଡିଗଡ,ନବମ ସ୍ଥାନରେ ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଓ ଦଶମ ସ୍ଥାନରେ ଗୁଜୁରାଟର ଭଦୋଦରା ରହିଛି । ସ୍ବଚ୍ଛ ମହୋତ୍ସବ ନାମକ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ନଗର ବ୍ଯାପର ମନ୍ତ୍ରୀ ହାରଦୀପ ସିଂ ପୁରୀ ଫଳାଫଳ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦେଇ ପୁରସ୍କାର ଘୋଷଣା କରିଥିଲେ ।

Leave A Reply

Your email address will not be published.