ସ୍ତ୍ରତନ୍ତ୍ର ବସ୍ ଯୋଗେ ୬୯ଜଣ ଶ୍ରମିକଙ୍କୁ ଛାଡିଲା ପ୍ରଶାସନ ।

0 381

ରାମନାଗୁଡା,(ପିପିଟି)୨୮/୦୪-  ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଲକ୍ ଡାଉନରେ ଫସି ରହିଥିବା ୬୯ଜଣ ଶ୍ରମିକଙ୍କୁ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଏକ ସ୍ତ୍ରତନ୍ତ୍ର ବସ୍ ଯୋଗେ ପଠାଇବାର ବନ୍ଦୋବସ୍ତ କରାଯାଇଛି। ଶ୍ରମିକମାନଙ୍କୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି,କୋରାପୁଟ ଜିଲ୍ଲା କୋଟପାଡ,ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହ ସୋନପୁର ବିନିକାକୁ ପଠାଇଥିବା ଜଣାପଡିଛି। ସେହିପରି ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ ମାନଙ୍କୁ ରାମନାଗୁଡାରେ ୩୪ଜଣ ଓ ତାରଲିଙ୍ଗରେ ୬ଜଣ ,ପାରଳା କ୍ୱାରେଣ୍ଟାଇନହୋମରେ ୧୪ଜଣ,ପାଲୁପାଇ କ୍ୱାରେଣ୍ଟାଇନରେ ୧୫ଜଣ ରହିଥିବା ବେଳେ ସର୍ବମୋଟ ୬୯ଜଣ ଶ୍ରମିକମାନଙ୍କୁ ନିଜ କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ପ୍ରକାରେ ସେମାନଙ୍କୁ ୨ଟି ସ୍ତ୍ରତନ୍ତ୍ର ବସ୍ ଯୋଗେ ପଠାଯାଇଥିଲା।ସେହିପରି ପ୍ରଥମ ବସରେ କୋରାପୁଟ ଜିଲ୍ଲା କୋଟପାଡ଼କୁ ଯାଇଥିବା ବେଳେ ଅନ୍ୟ ଏକ ବସ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିକୁ ଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ବସରେ ଶ୍ରମିକଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା। ବସ ମଧ୍ୟରେ କିପରି ସାମାଜିକ ଦୂରତା ରକ୍ଷାକରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା। ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ୬୯ଜଣ ଶ୍ରମିକଙ୍କୁ ଛାଡିଥିବା ସମୟରେ ବିଡ଼ିଓ ବେଣୁଧର ଶବର, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ ଶତପଥୀ, ଜିଆରଏସ୍ ଦିଲ୍ଲୀପ ପଣ୍ଡା, ପିଏ ପି ତାରିଣୀ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ।
ରିପୋର୍ଟ  – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.