ସ୍କୃଟି ଧକ୍କାରେ ପାନୀୟଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ଗୁରୁତର ।

0 285

ରାମନାଗୁଡା,(ପିପିଟି)୦୨/୦୫,  ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତ ଏକ କଲର୍ଭଟ ନିକଟରେ ସ୍କୃଟି ଧକ୍କା ଫଳରେ ରାମନାଗୁଡା ପାନୀୟ ଜଳଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ ଦୀପ୍ତିରାଣୀ ମୁନି ଗୁରୁତର ଆହତ ହୋଇଛନ୍ତି।ସଙ୍ଗେ ସଙ୍ଗେ ସେଠାରୁ ଏକ ଅଟୋ ସାହାଯ୍ୟରେ ତାଙ୍କୁ ଗୁରୁତର ଅବସ୍ଥାରେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଯାଇଛି।ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଏକ (ଓଡି ୧୮ ଡି ୧୫୫୭) ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ସୂଚନାଯାୟୀ ସେ ଏକ ସରକାରୀ କାର୍ଯ୍ୟରେ ଗୋଗୁପାଡୁ ଯାଇଥିଲେ। ସେଠାରୁ ଫେରିବାବେଳେ ଗୋଗୁପାଡୁ ନିକଟରେ ନିଜେ ପିନ୍ଧିଥିବା ହେଲେମେଟ ମଧ୍ୟରେ ରଙ୍ଗ ପିମ୍ପୁଡି ଚାଲି ଆସିବାରୁ ସେ କାଢିବା ବେଳେ ସେ ଭାରସାମ୍ୟ ହରାଇ କର୍ଲଭଟ ନିକଟରେ ପଡିଯାଇଥିଲେ। ଖବରପାଇ ପାନୀୟ ଜଳଯୋଗାଣ ସହକାରୀଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବେହେରା, ରାମନାଗୁଡା ବିଡ଼ିଓ ବେଣୁଧର ଶବର,ତହସିଲଦାର ଜୟଶ୍ରୀ ମଲ୍ଲିକ,ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନଙ୍କ ସହ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ପହଞ୍ଚିଥିଲେ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.