ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଟିମ କ୍ଲିନ ସିଟିର ଗୁରୁତ୍ୱ।

0 303

ବ୍ରହ୍ମପୁର,୨୫/୦୭(ପିପିଟି); ଜାରି ରହିଛି ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ। ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ହାତକୁ ନିଆଯାଇଛି ନିଆରା ପଦକ୍ଷେପ। କରୋନା ସଂକ୍ରମଣ ଓ କଟକଣା ଦୃଷ୍ଟିରୁ ଦୀର୍ଘ ଦିନ ଧରି ବନ୍ଦ ରହିଛି ଶିକ୍ଷାନୁଷ୍ଠାନ। ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି। ଏଣୁ ୨୬ ତାରିଖ ସୋମବାର ଠାରୁ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିବା କାରଣରୁ ସ୍କୁଲ ପରିବେଶ ନଷ୍ଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଟିମ କ୍ଲିନ ସିଟି ପକ୍ଷରୁ ଗତ କିଛି ସପ୍ତାହ ଧରି ସ୍କୁଲ ପରିସର ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି। ଏହି କ୍ରମରେ ଆଜି ଟିମ ପକ୍ଷରୁ ସ୍ଥାନୀୟ ମିଲିଟାରୀ ଲାଇନ ଉଚ୍ଚ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା। ପରେ ଭାଗ୍ୟପ୍ରଭା ନ୍ୟୁଜ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ଟିମ ପକ୍ଷରୁ କୁହାଯାଇଛି। ଟିମ କ୍ଲିନ ସିଟି ଓ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.