ସ୍କୁଲ କଲେଜ ମିଳିତ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ ।

0 293

ମାଲକାନଗିରି,୦୯/୦୮(ପିପିଟି);ଆଜି ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ମାଲକାଗିରି ଶାଖା ପକ୍ଷରୁ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବକାଶରେ ମୁଖ୍ଯ ମନ୍ତ୍ରୀ,ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ଯ ଶାସନ ସଚିବଙ୍କ ଉଦ୍ଦେଶ୍ଯରେ ମାଲକାନଗିରି ଜିଲ୍ଲାପାଳଙ୍କୁ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସେହି ଦାବିଗୁଡିକ ହେଲା: ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜକୁ ଅବିକଳ ସପ୍ତମ ବେତନ ଅଗଷ୍ଟ ପହିଲା ୨୦୧୮ରୁ ପ୍ରଦାନ କରାଯାଉ,ଦୀର୍ଘ ୧୫ ବର୍ଷ ଧରି ଅନୁଦାନରୁ ବାଦ ପଡିଥିବା ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନକରା ଯାଉ,ନୂତନ ଅନୁଦାନ ପାଉଥିବା ସମସ୍ତ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳି ପ୍ରଦାନ କରାଯାଉ ,ସମସ୍ତ ବର୍ଗର ସ୍କୁଲ ଓ କଲେଜରେ ଖାଲି ପଡିଥିବା ପଦବୀଗୁଡିକ ଯଥା ଶୀଘ୍ର ପୂରଣ କରାଯାଉ,ଅବସର କାଳିନ ସମୟ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ । ଆଜି ଶିକ୍ଷକ ଏବଂ ଅଧ୍ଯାପକମାନେ ଏକତ୍ରିତ ହୋଇ ଜିଲ୍ଲା ମିଳିତ ମଞ୍ଚର ଆବାହାକ ଦୁଷ୍ମନ୍ତ କୁମାର ଜେନା, ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ଓଷ୍ଟା ଜିଲ୍ଲା ସଂପାଦକ ମନୋଜ କୁମାର ମହାପାତ୍ର, ବ୍ଲକ ସଂପାଦକ ସୂର୍ଯ୍ଯକାନ୍ତ ପାଣିଗ୍ରାହୀ, ନାଗେଶ୍ବର ଦୋରା, ଜିତୁ ରଂଜନ ସ୍ବାଇଁ, ରଂଜନ କୁମାର ପରିଡା,ହିମାଂଶୁ ଦତ୍ତ, ଶ୍ରୀକାନ୍ତ ସାମଲ,ଭରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଦାବି ପତ୍ର ମାଲକାନଗିରି ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ସରକାର ଯଦି ଏହି ଦାବି ପୂରଣ ଦିଗରେ ଚଞ୍ଚକତା କରନ୍ତି ତେବେ ଆଗାମୀ ଦିନରେ ଶିକ୍ଷକ ଆନ୍ଦୋଳନ ଏକ ଗଣ ଆନ୍ଦୋଳନରେ ପରିଣତ ହେବ ବୋଲି ସଂଘ ଚେତାବନୀ ଦେଇଛି । ଏହା ବ୍ଯତୀତ ଅଗଷ୍ଠ ୧୬ ତାରିଖରେ ବିଧାନ ସଭା ସମ୍ମୁଖ ଗନ୍ଧି ମାର୍ଗ ଛକ ଠାରେ ସଂଘ ପକ୍ଷରୁ ଅହୋରାତ୍ର ଧାରଣା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.