ପଦ୍ମପୁର,୧୯/୦୮(ପିପିଟି);ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ଠାରେ ଏଠାକାର ଗ୍ଲୋବାଲ ସ୍ପୋଟିଂ କ୍ଲବ ଏବଂ ସମ୍ବାଦ ଆମ ଓଡିଶାର ମିଳିତ ଆୟୋଜନ ରେ ସମ୍ବାଦ ଦୈନିକ ସମ୍ବାଦପତ୍ର ର ପ୍ରତିଷ୍ଠାତା ତଥା ସୁନାମଧନ୍ୟ ସାହିତ୍ୟିକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସମ୍ମାନ ସ୍ମୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଝାରବନ୍ଧ ତହସିଲଦାର ଅନିଲ କୁମାର ହୋତା ଏବଂ ସମ୍ମାନୀତ ଅତିଥିଭାବେ ବରଗଡ ଜିଲ୍ଲା ପରିଷଦ ସଭ୍ୟା କୁମୁଦିନୀ ସାହୁ ଯୋଗ ଦେଇ ରକ୍ତଦାନ ମହତଦାନ ଉପରେ ମନ୍ତବ୍ୟ ପ୍ରଦାନ ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିର ରେ ସମୁଦାୟ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ପଦ୍ମପୁର ସବଡିଭିଜନର ପ୍ରତିନିଧି ଜି.ଶ୍ରୀନିବାସ ସମ୍ବାଦ ଓ କନକ ନିଉଜର ପ୍ରତିଷ୍ଠାତା ସୌମ୍ଯ ରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ବିଷୟରେ ଆଲୋକପାତ କରିବାସହ ଆଜିର ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇଥିଲୋ ଆଜିର ଏଇ ସୁନ୍ଦର ରକ୍ତଦାନ ଶିବିର ସାରଙ୍କ ପାଇଁ ଏକ ପ୍ରକାର ଭେଟି ବୋଲି ମତବ୍ୟକ୍ତ କରିଥିଲେ । ରକ୍ତଦାତା ମାନେ ହେଲେ ସାମ୍ବାଦିକ ପ୍ରଦୀପ ପ୍ରଧାନ,ସମାଜସେବୀ ଜୟ କୁମାର ନିଗମ,ସୁରେଶ ଡନସନାଜନ୍ମଜୟ ହାତୀ,ଯୋହନ ନାଏକ,ଦିଲ୍ଲିପ ଅଗ୍ରୱାଲ,ସନାତନ ବରିହା,ମୋହନ ବାଗ,ସୀତାକାନ୍ତ ସଗର,ଜୟପ୍ରକାଶ ପାଣ୍ଡେ,ସୁଶାନ୍ତ ପାଣ୍ଡେ,ଇଶ୍ୱର ବାଗ,ମୁକୁନ୍ଦ ପାଣ୍ଡେ,ସତ୍ୟମ ପ୍ରଧାନ ଜିତେନ୍ଦ୍ର ସାହୁ,ଅମିତ କୁମାର ଗର୍ତ୍ତିଆ,ରଂଜନ କୁମାର ସାହୁ,ପ୍ରବୀଣ ବହିଦାର,ଦୁର୍ଯୋଧନ ପାଣ୍ଡେ,ରମେଶ ଚନ୍ଦ୍ର ଗଜାକୁସ,ମିତ୍ରଭାନୁ ବାଗ,ମୋହନଲାଲ ପଟେଲ,ଛବିଲାଲ ବାରିକ,ମହେନ୍ଦ୍ର ପଟେଲ,ହେମଲାଲ କନ୍ଧ ,ବସନ୍ତ ବାଗ,ଜୟନ୍ତ ଭୋଇ,ରୁଦ୍ର ସାହୁ, ରାକେଶ ଅଗ୍ରୱାଲ,ଉତ୍ତମ ଶବର,ସତ୍ୟାନନ୍ଦ ବେହେରା, ଜଗଦୀଶ ସାହୁ, ଡୋଲାମଣୀ ତାଣ୍ଡି ଓ ସଂଜୟ ଅଗ୍ରୱାଲ ରକ୍ତଦାନ କରିଥିବା ବେଳେ ଜିଲ୍ଲାପରିଷଦ ସଭ୍ୟା କୁମୁଦିନୀ ସାହୁ ମଧ୍ୟ ଉତ୍ସାହିତ ହୋଇ ରକ୍ତଦାନ କରିଥିଲୋ ପଦ୍ମପୁର ରକ୍ତ ଭଣ୍ଡାରରୁ ସଂଗ୍ରାମ କେଶରୀ ମହନ୍ତ,ଶିବାଶିଷ ପଟ୍ଟନାୟକ,ଜିତେନ୍ଦ୍ର ଗୁର୍ଲା,ଚିନ୍ତାମଣୀ ପଣ୍ଡା,ରିତେଶ ପ୍ରଧାନ ଯାଇ ୩୪ ୟୁନିଟ ରକ୍ତ ଖୁବ ତତ୍ପରତା ସହ ସଂଗ୍ରହ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ କୁମାର ଗୌରବ ବେହେରା,ରାକେଶ ଅଗ୍ରୱାଲ,ଭୂଜ ସାହୁ,କୁସୁମ ପ୍ରଧାନ,ପ୍ରମୋଦ ସାହୁ,ଜୋହାନ କୁମ୍ଭାର ଏବଂ ସାମ୍ବାଦିକ ଶିବ ପ୍ରସାଦ ପଟେଲ ଙ୍କ ଅବଦାନ ଅତୁଳନୀୟ ା ଶେଷ ରେ ସମ୍ବାଦ ସଂବାଦପତ୍ର ର ଝାରବନ୍ଧ ବ୍ଲକ ପ୍ରତିନିଧି ନକୁଳ ସାହୁ ସମସ୍ତ ରକ୍ତଦାତା ତଥା ସହଯୋଗୀ ମୀନଙ୍କୁ ଧନ୍ୟବାଦ ଜଣାଇଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।