ସୁରତ ଫେରନ୍ତାଙ୍କ କୋଭିଡ୍ ହସ୍ପିଟାଲରେ ମୃତ ।

0 439

ବେଲଗୁଣ୍ଠା,(ପିପିଟି)୧୩/୦୬ ,ସୁରତ ଫେରନ୍ତାଙ୍କ ସ୍ଵାସ୍ଥ୍ଯରେ ଅବନତି ଘଟିବାରୁ ପ୍ରଥମେ ଭଞ୍ଜନଗର  କୋଭିଡ ସେଣ୍ଟେର ଓ ପରେ ବ୍ରହ୍ମପୁର ସୀତଲାପଲ୍ଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ଚିକିତ୍ସା  ଅବସ୍ତାରେ ଶୁକ୍ରବାର  ସକାଳ ୧୧ଟା ବେଳେ ମୃତ୍ୟୁ  ଘଟିଥିଲା । ମୃତକ ଜଣକ ହେଲେ ବେଲଗୁଣ୍ଠା ବ୍ଲକ ଖଈରପୁଟି ପଞ୍ଚାୟତର ସାନ ସାଡରା ଗ୍ରାମର ସନ୍ତୋଷ ବରାଡ (୫୩),ସନ୍ତୋଷ ଓ ତାର ସ୍ତ୍ରୀ ସୁରାତରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ ଡ଼ାଉନ ଫଳରେ କମ୍ପାନୀ ବନ୍ଦ ହେବା ଯୋଗୁଁ ଶ୍ରମିକ ସ୍ପେସେଲ ଟ୍ରେନ ଜୋଗେ ନିଜ ଜିଲ୍ଲାକୁ ଫେରି କ୍ଷତ୍ରିୟ ବରପୂର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ତ୍ରୀଙ୍କ ସହ ସଙ୍ଗରୋଧରେ ରହିଥିଲେ ।ଏଠାରେ ସନ୍ତୋଷଙ୍କ ସ୍ଵାସ୍ଥ୍ଯ  ଅବନତି ଘଟିବାରୁ ଚିକିତ୍ସା ପାଇଁ ନେବାକୁ ଅନୁରୋଧ କରିଥିଲେ କିନ୍ତୁ କେହି ଶୁଣିନଥିଲେ ବୋଲି ସନ୍ତୋଷର ଭାଇ ବିନୋଦ ବରାଡ ଅଭିଯୋଗ କରିଛନ୍ତି କିନ୍ତୁ ପ୍ରଶାସନ ଏହାକୁ ଖଣ୍ଡନ କରିଛି ।ସନ୍ତୋଷର ମଧୁମେହ ରୋଗ ଥିବାରୁ ସଣ୍ଗରୌଧ ଅବଧି ସରିବା ଗୋଟିଏ ଦିନ ପୂର୍ବରୁ ତାଙ୍କୁ  ଘରକୁ ଛାଡି ଦିଆ ଯାଇଥିଲା । ଘରେ ସ୍ଵାସ୍ଥ୍ଯ ଅବନତି ଘଟିବାରୁ ପରିବାର ଲୋକେ ଭଞ୍ଜନଗର କୋଭିଡ କେର ସେଣ୍ଟେରକୁ ନେଇଥିଲେ । ସେଠାରୁ ଏକ କୋଭିଡ ଭେନରେ ବ୍ରହ୍ମପୁର ସୀତଲାପଲୀ କୋଭିଡ ହସ୍ପିଟାଲରେ ଗୁରୁବାର ସନ୍ଧ୍ୟାରେ ଭର୍ତି କରା ଯାଇଥିଲା ।ସେଠାରେ ଶୁକ୍ରବାର ସକାଳ ୧୧ଟା ସମୟରେ ମୃତ୍ୟୁ ବରଣ କରିଥିଲେ । ଆଜି ରାତ୍ର ୭ଘଣ୍ଟା  ସମୟରେ ସନ୍ତୋଷର ଶବ ନିଜ ଗ୍ରାମରେ ପହଁଚିବା ପରେ   ସନ୍ତୋଷର ମୃତ୍ୟୁ କରୋନାରେ ହୋଇଥିବା ଦର୍ଶାଇ ଶବ ନେବା ପାଇଁ ବିରୋଧ କରିଥିଲେ । ପରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ବିଡିଓ ଶଶୀ ଭୂଷଣ ମହାପାତ୍ର ଖଈରପୁଟି  ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଫୋନ କରି ସନ୍ତୋଷର ମୃତ୍ୟୁ କରୋନା ଜନିତ ନୁହଁ ବୋଲି କହିବା ସହ ସନ୍ତୋଷ ମଧୁମେହ ରକ୍ତଚାପ ଓ ଟିବି ରୋଗରେ ଆକ୍ରନ୍ତ ଥିବାରୁ ତାର ମୃତ୍ୟୁ  ଘଟିଥିବାର ପ୍ରକାଶ କରିଥିଲେ । ତାର ଶବକୁ ଆମ୍ବୁଲେନ୍ସ  ଗାଁ ମୁଣ୍ଡରେ ଆଣି ଛାଡିବା ପରେ ସେଠାରୁ ସିଧା ଶ୍ମଶାନକୁ ନେଇ ଶବ ସତ୍କାର କରା ଯାଇଥିଲା । ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ କମ ସଂଖ୍ୟକ ଲୋକ ଉପସ୍ଥିତ ରହି ଶବ ସତ୍କାର କରିଥିଲେ  ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.