ସୁକିନ୍ଦା ଓ ଦାନଗଦି ବ୍ଲକ ନୂତନ ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା ।

0 312

ଯାଜପୁର,୧୨/୦୮(ପିପିଟି); ବିଧାୟକଙ୍କ ପ୍ରୀତିରଞ୍ଜନ ଘଡେଇଙ୍କ ଅନୁମୋଦନ କ୍ରମେ ଆଜି ସୁକିନ୍ଦା ଓ ଦାନଗଦି ବ୍ଲକ ନୂତନ ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା। ହୋଇଛି । ଦାନଗଦି ବିଜେଡି କାର୍ଯ୍ୟାଳୟରେ ସୁକିନ୍ଦା ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ଜିଲାପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି ବିଧିବଦ୍ଧ ଭାବେ ଦୁଇ ବ୍ଲକ୍ ଯୁବ ବିଜେଡି ସଭାପତି ନାମ ଘୋଷଣା କରିଛନ୍ତି । ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ଭାବେ ସୁଜିତ କୁମାର ରାଉତ ଓ ଦାନଗଦି ବ୍ଲକ ଯୁବ ବିଜେଡି ସଭାପତି ଭାବେ ଜୟ ପ୍ରକାଶ ସାହୁ ନୂତନଙ୍କୁ ଦାୟିତ୍ୱ ଦିଆଯାଇଛି । ସୁକିନ୍ଦା ବ୍ଳକ ପୂର୍ବତନ ଯୁବ ବିଜେଡି ସଭାପତି ଦେବୀ ପ୍ରସାଦ ମହାନ୍ତି ଓ ଦାନଗଦି ବ୍ଲକ ପୂର୍ବତନ ଯୁବ ବିଜେଡି ସଭାପତି ମହେଶ୍ୱର ଗୁରୁ ଉପସ୍ଥିତି ରହି ନୂତନ ଯୁବ ବିଜେଡି ସଭାପତିଙ୍କୁ ଫୁଲତୋଡା ଦେଇ ଦାୟିତ୍ୱ ହସ୍ତାନ୍ତର ସହିତ ସୁକିନ୍ଦା ବିଧାୟକଙ୍କ ହାତମୁଠା ଟାଣ କରିବା ସହିତ ଦଳର କାର୍ଯ୍ୟଧାରକୁ ଆଗେଇନେବେ ସେଥିପାଇଁ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.