ସିର୍ଜାପାଲି ପଞ୍ଚାୟତର ସରପଞ୍ଚ ମହାଦୁର୍ନୀତି କରୁଥିବା ଅଭିଯୋଗ ନେଇ ଗାଁ ଲୋକେ ବିଡ଼ିଓଙ୍କୁ ଦେଲେ ଦାବିପତ୍ର ।

0 71

କେସିଙ୍ଗା,(ପିପିଟି)୦୩/୦୫, ବର୍ତ୍ତମାନ କରୋନାର ଭୟାବହ ତାରେ ସମଗ୍ର ବିଶ୍ୱ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଳକ ଅନ୍ତର୍ଗତ ସିର୍ଜାପାଲି ପଞ୍ଚାୟତରେ‌ । ମହା ଦୁର୍ନିତୀ ହେଉଥିବା ଅଭିଯୋଗ ନେଇ ଆଜି କେସିଙ୍ଗା ବିଡ଼ିଓଙ୍କୁ ଦାବି ଜଣାଇବା ପାଇଁ ଦିଗସିରା,ସିର୍ଜାପାଲିର ଦୁର୍ନିତୀ ଗ୍ରସ୍ତରେ ରହିଥିବା ଲୋକେ କେସିଙ୍ଗା ବିଡ଼ିଓ ଅଫିସ୍ କୁ ଆସିଥିବା ଦେଖିବାକୁ ମିଳିଥିଲା ବର୍ତ୍ତମାନ ଲକ୍ ଦଉନ କଟକଣା ହୋଇଥିବା ବେଳେ ଗରିବ ଲୋକଙ୍କର କୌଣସି କାରଣରୁ ରାସନ କାର୍ଡ କଟିଯାଇ ଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଲକ ଡାଉନ ସମୟରେ କିଛି କାମ ଧନ୍ଦା ନଥିବାରୁ ସେମାନେ ଭୋକ ଉପବାସରେ ବହୁତ କଷ୍ଟରେ ଜୀବନ ବିତାଉ ଥିବା ଆମ ଆଗରେ କହିଛନ୍ତି ଏବଂ ଆମେ ଉକ୍ତ ଗାଁକୁ ଯାଇ ଏହି ବିଷୟରେ ଅଧିକ ଜାଣିବା ପାଇଁ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ପଚାରିବାରୁ ସେ ଗଣମାଧ୍ୟମ ଆଗରେ କିଛି କହିପାରିବିନି ବୋଲି ରୋକ ଠୋକ ମନା କରିଦେଇ ଥିଲେ । ବର୍ତ୍ତମାନ ଏହି ବିଷୟରେ ବ୍ଲକ ପ୍ରଶାସନ  ଦୃଷ୍ଟି ଦେଇ ଗରିବ ଲୋକଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା ସହ ଘଟଣାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି ।

ରିପୋର୍ଟ – ବବୁଲୁ  ସାହୁ ।

Leave A Reply

Your email address will not be published.