ସିପିଆଇ ବାଲିତୁଠ ଶାଖା ସମ୍ମିଳନୀ ଅନୁଷ୍ଠିତ ।

0 228

ଏରସମା,୨୪/୧୧(ପିପିଟି): ବୁଧବାର ଦିନ ଭାରତୀୟ କମ୍ମ୍ୟୁନିଷ୍ଟ ପାର୍ଟି ବାଲିତୁଠ ପଞ୍ଚାୟତ ଶାଖା କମିଟିର ସାଙ୍ଗଠନିକ ସମ୍ମିଳନୀ ସାଥି ରବୀନ୍ଦ୍ରନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ବଡବୁଦାଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ସାଥି ପ୍ରଫୁଲ୍ଲ ଦାସ ଦିବଂଗତ ସାଥି ପହଲି ବାରିକ, ଶିକ୍ଷୟିତ୍ରୀ ମମିତା ମେହେର ଦିଲ୍ଲୀ କୃଷକ ଆନ୍ଦୋଳନରେ ଶହୀଦ କୃଷକମାନଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହି ସମ୍ମିଳନୀକୁ ପାର୍ଟି ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ସମ୍ମିଳନୀର ଉଦଘାଟନୀ ଅଭିଭାଷଣରେ ଅଭିଜିତ ସାହୁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଜନବିରୋଧୀ ଓ କର୍ପୋରେଟ ତୋଷଣ ନୀତିକୁ ଦୃଢ଼ ବିରୋଧ କରିବା ସହିତ ସାଧାରଣ ମଣିଷର ସ୍ୱାର୍ଥର ସୁରକ୍ଷା ପାଇଁ ଜନ ଆନ୍ଦୋଳନ ହିଁ ଏକମାତ୍ର ରାସ୍ତା ବୋଲି ମତବ୍ୟକ୍ତ କରିଥିଲେ । ପାର୍ଟିର ଜିଲ୍ଲା ସହ-ସମ୍ପାଦକ ପିତାମ୍ବର ଦାସ, ଜୋନ ସମ୍ପାଦକ ପ୍ରଫୁଲ୍ଲ ଦାସ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ଭାରତବର୍ଷର ଚାଷୀ ଆନ୍ଦୋଳନ ଏ ଦେଶରେ ଏକ ନୂତନ ଇତିହାସ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । ପାର୍ଟିକୁ ସାଙ୍ଗଠନିକ ଭାବେ ଆହୁରି ଐକବଧ କରି ସାଧାରଣ ମଣିଷର ପକ୍ଷରେ ଲଢ଼େଇକୁ ତୀବ୍ରତର କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ବାଲିତୁଠ ପଂଚାୟତରେ ପ୍ରାର୍ଥୀ ଦେବା ସହିତ ବିଜୟୀ କରାଇବାକୁ ଆହ୍ୱାନ ଦେଇଥିଲେ । ବାଲିତୁଠ ପାର୍ଟି ଶାଖା ସମ୍ପାଦକ ସାଥି ପ୍ରଭାତ ଦାସ କାମଦାମର ରିପୋର୍ଟ ଓ ପାର୍ଟିର ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନା କରିଥିଲେ । ପାର୍ଟି ସାଥିମାନେ ସମ୍ପାଦକଙ୍କ ରିପୋର୍ଟ ଉପରେ ଆଲୋଚନା କରିବା ସହିତ ପାର୍ଟିର ସଭ୍ୟପଦ ସଂଗ୍ରହ ଡିସେମ୍ବର ୩୧ ମଧ୍ୟରେ ଶେଷ କରିବାକୁ ସ୍ଥିର କରିଥିଲେ । ସମ୍ମିଳନୀରେ ପାର୍ଟିର ନୂତନ ସମ୍ପାଦକ ଭାବେ ସାଥି ହୃଷିକେଶ ବିଶ୍ୱାଳ ଓ ସହ – ସମ୍ପାଦକ ଭାବେ ମହେନ୍ଦ୍ର ଜେନା ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ରଣକୌଶଳ ନିର୍ଧାରଣ କରିବା ପାଇଁ ହୃଷିକେଶ ବିଶ୍ୱାଳଙ୍କ ଆବାହକତ୍ୱରେ ସାଥି ପ୍ରଫୁଲ୍ଲ ଦାସ, ମହେନ୍ଦ୍ର ଜେନା, ସୁକାନ୍ତ ସ୍ୱାଇଁ, ପ୍ରଭାତ ଦାସ, ସଞ୍ଜୟ ଦାସ ହରେକୃଷ୍ଣ ଖୁଣ୍ଟିଆ,ମହେନ୍ଦ୍ର ନାୟକ, ବାଟକୃଷ୍ଣ ସାହୁଙ୍କୁ ନେଇ ଏକ 9ଜଣିଆ ନିର୍ବାଚନୀ କମିଟି ଗଠନ କରାଯାଇଛି । ନୂଆଗାଁ ଶାଖା ସମ୍ପାଦକ ସାଥି ବାସୁଦେବ ଖଣ୍ଡୁଆଳ ଓ କୁଞ୍ଜକୋଠି ଶାଖା ସମ୍ପାଦକ ସାଥି ବସନ୍ତ ସାହୁ ଏହି ସମ୍ମିଳନୀକୁ ଗ୍ରିଟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ରାଉତ, ଭରତ ବେହେରା, ବାଉରୀବନ୍ଧୁ ରାଉତ, ରମେଶ ମୁଦୁଲି, ଶଶିଭୂଷଣ ତ୍ରିପାଠୀ, ହେମନ୍ତ ମଳିକ, ବିଭୁତି ବେହେରା, ସୁବଳ ବାରିକ, ଦୈତାରୀ ଦାସ,ମଥୁରୀ ଦାସ, ନରେନ୍ଦ୍ର ରଣା,ବିଷ୍ଣୁ ବେଜ, ରଘୁ ମଳିକ, ବିଜୟ ମଳିକ, ବୈକୁଣ୍ଠ ଶତପଥି, ପ୍ରଭାକର ପରିଡା, ନୃସିଂହ ସ୍ୱାଇଁ ପ୍ରମୁଖ ସମ୍ମିଳନୀକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.