ସିପିଆଇ ପକ୍ଷରୁ ୧୩ ଦଫା ଦାବି ନେଇ ବେଗୁନିଆପଡା ବ୍ଳକ୍ ସମ୍ମୁଖରେ ବିକ୍ଷୋଭ ।

0 653

ବେଗୁନିଆପଡା,(ପିପିଟି ନ୍ଯୁଜ୍)୦୫/୦୬, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବେଗୁନିଆପଡା ଆଞ୍ଚଳିକ ପରିଷଦ ପକ୍ଷରୁ ଶୁକ୍ରବାର ଦିନ କରୋନାରେ ପ୍ରଭାବିତ ଜନସାଧାରଣଙ୍କୁ ସହାୟତା ପ୍ରଦାନ ନିମନ୍ତେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସିପିଆଇ ବେଗୁନିଆପଡା ଆଞ୍ଚଳିକ ସମ୍ପାଦକ ରଙ୍କ ନାଥ ସ୍ବାଇଁଙ୍କ  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନରେ ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , ଅଖିଳ ଭାରତ ଯୁବସଙ୍ଘ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ ,ସିପିଆଇ ନେତା ସତ୍ୟବାଦୀ ସ୍ବାଇଁଙ୍କ  ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ରାଜ୍ୟରେ ଗତ ଅମ୍ପାନ ବାତ୍ୟା କ୍ଷତିଗ୍ରସ୍ତ ଓ କରୋନା ପ୍ରଭାବିତ ଅସହାୟ ଗରିବ ଓ ସାଧାରଣ ଜନ ସାଧାରଣଙ୍କୁ  ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ଆଜି ଏହି ବିକ୍ଷୋଭ କରିଥିବା ସୂଚନା ମିଳିଛି  । ଖବରନୁଯାୟୀ , ବର୍ତ୍ତମାନ ସମଗ୍ର ଦେଶରେ ମହାମାରୀ କରୋନା ସଂକ୍ରମଣ ଭୂତାଣୁ ନିଜର ଆଧିପତ୍ୟ ଜାରି ରଖିଛି । ଏହାର ପ୍ରଭାବରେ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ ଲାଗି ସାରା ଦେଶ ତଥା ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଲକ୍ ଡାଉନ ଭଳି କଟକଣା ଲାଗିରହିଛି । ଯାହା ଫଳରେ ସାଧାରଣ ଲୋକେ ନିଜର ବୃତ୍ତି ହରାଇବା ସହ ପରିବାର ଚଳାଇବା ପାଇଁ ସେମାନଙ୍କ ପାଖରେ ଖାଦ୍ୟାଭାବ ଭଳି ପରିସ୍ଥିତି ଦେଖାଦେଇଛି । ଗୋଟିଏ ପଟେ କରୋନା ଦାଉ ସାଜିଥିବା ବେଳେ ଅନ୍ୟପଟେ ରାଜ୍ୟର କେତେକ ଜିଲ୍ଲାରେ ମହାବାତ୍ୟା ଅମ୍ଫାନ ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏନେଇ ସିପିଆଇ କର୍ମୀ ମାନେ ବିଭିନ୍ନ ଦାବି ନେଇ ବେଗୁନିଆପଡା ବ୍ଳକ୍ କାର୍ଯ୍ୟାଳୟ ପରିସରରେ ପହଞ୍ଚି ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରି ଫେରିଥିବା ଜଣାପଡିଛି । ସେମାନଙ୍କ ଦାବି ଗୁଡ଼ିକ ହେଲା ମନରେଗା ଯୋଜନାରେ   ଶ୍ରମିକ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ କାମ ଯୋଗାଇଦେବା।ସମସ୍ତ ପ୍ରବାସୀ ଶ୍ରମିକ ପରିବାରଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ। ସମସ୍ତ ପରିବାରଙ୍କୁ ରାସନ୍ ସାମଗ୍ରୀ ଯୋଗାଇ ଦେବା । କରୋନା ମହାମାରୀ ଆଳରେ ଶ୍ରମ ଆଇନକୁ ଭଣ୍ଡୁର ଉଦ୍ୟମକୁ ବନ୍ଦ କରିବା । କୃଷି ଋଣ ଛାଡ଼ କରାଯିବା ସହ ବିନା ସୁଧରେ କୃଷି ଋଣ ପ୍ରଦାନ କରାଯିବା ,ଏପିଏଲ ଓ ବିପିଏଲ ବାଛ ବିଚାର ନକରି ପ୍ରତ୍ଯେକ ଲୋକଙ୍କୁରାସନ ସାମଗ୍ରୀ ଯୋଗାଇବା, ଧାନ ବିକ୍ରି ପାଇଁ ସରକାରଙ୍କ ଠାରୁ ଟୋକେନ ପାଇଥିବା ଚାଷୀଙ୍କର ଧାନ କିଣିବା,ନୂତନ ଚାଷ ପାଇଁ ବିହନ,ସାର ଓ କୀଟ ନାଶକ ମାଗଣାରେ ଯୋଗାଇବା,ଉଠା ଦୋକାନୀ ମାନଙ୍କୁ ସହାୟତା ପ୍ରଦାନ,ସମସ୍ତ ଛାତ୍ରଛାତ୍ରୀଙ୍କ ନାମ ଲେଖା,ଟ୍ଯୁସନ୍ ଫିସ୍ ଓ ପରୀକ୍ଷା ଫିସ୍ ଛାଡ କରିବା, ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ପ୍ରବାସୀ ମାନଙ୍କର ରହିବା ଓ ଖାଇବାରେ ହେଉଥିବା ଅବ୍ଯବସ୍ଥାକୁ ଦୂର କରିବା ସହିତ ସରକାରଙ୍କ ଘୋଷିତ ସହାୟତା ରାଶି  ସଙ୍ଗେସଙ୍ଗେ ପ୍ରଦାନ କରିବା,ପ୍ରତି ପଞ୍ଚାୟତ ସ୍ତରରେ ବ୍ଯାପକ କୋଭିଡ୍ ଟେଷ୍ଟିଙ୍ଗ୍ ବ୍ଯବସ୍ଥା ସହ ଅନୁସାଙ୍ଗିକ ଚିକିତ୍ସାକୁ ସୁନିଶ୍ଚିତ କରାଯାଉ, ଆଦି ସମସ୍ଯା ନେଇ ଦାବି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.