ସିଙ୍ଗିପୁର ପଞ୍ଚାୟତ କ୍ବାରେଣ୍ଟାଇନ ସେଣ୍ଟରରେ ଦିଆଯାଉଛି ପୋକରା ଖାଦ୍ୟ ।

0 156

ଦିଗପହଣ୍ଡି ,(ପିପିଟି ନ୍ଯୁଜ୍)୨୩/୦୪- ରାଜ୍ୟ ସରକାର କୋଭିଡ୧୯ମୁକାବିଲା ନେଇ ୨୪ଘଣ୍ଟିଆ ତପ୍ତର ଅଛନ୍ତି। ସରପଞ୍ଚ ମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଯାଇ ସଂକ୍ରମିତକୁ ରୋକିବାରେ ଜନସଚେତନତା ବୃଦ୍ଧି ଏବଂ ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ ହୋଇଛି। ହେଲେ ଏହି ଅଖଣ୍ଡ କ୍ଷମତା ମିଳିବାର ଦିନକ ପରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ପଞ୍ଚାୟତର କ୍ବାରେଣ୍ଟାଇନ ସେଣ୍ଟରରେ ଦେଖାଦେଇଛି ବ୍ୟତିକ୍ରମ । ଏମିତିକି ଅନ୍ତେବାସୀଙ୍କୁ ତଥା ବାହାର ରାଜ୍ୟରେ କାମ କରି ସଦ୍ୟ ଫେରି ୧୪ଦିନିଆ ଭର୍ତ୍ତି ହୋଇଥିବା ସଙ୍ଗ ରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିମ୍ନ ମାନର ରନ୍ଧା ଖାଦ୍ୟ ଯୋଗାଣ ହେଉଥିବାର ଦୃଶ୍ୟ ଏବେ ବିଭିନ୍ନ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ରାଜ୍ୟ ସରକାରଙ୍କ ସଦା ସର୍ବଦା ଜନସାଧାରଣଙ୍କ ପ୍ରତି ରହିଥିବା ଭାବ ମୂର୍ତ୍ତିକୁ ଗ୍ରାମାଞ୍ଚଳରେ ଉପହାସିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସେପଟେ ସରପଞ୍ଚ ମାନଙ୍କୁ ଅଖଣ୍ଡ କ୍ଷମତା ଘୋଷଣାର ପରେ ଏଭଳି ଅବସ୍ଥା ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପ୍ରଶାସନିକ ଉଚ୍ଚପଦସ୍ଥ ଅଧିକାରୀମାନେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ନିତାନ୍ତ ରହିଥିବା ମତ ପ୍ରକାଶ ପାଇଛି।
ରିପୋର୍ଟ – ରବିକୁମାର ଶର୍ମା ।

Leave A Reply

Your email address will not be published.