ସାହାସୀକତା ପରିଚୟର ଏକ ଜ୍ୱଳନ୍ତ ଉଦାହରଣ ।

0 667

ପଦ୍ମପୁର,(ପିପିଟି)୦୯/୦୬ , ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ସାପଲହର ରେ ଥିବା କୋଭିଡ-୧୯ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରେ ଅରୁଣ ଛତର ନାମକ ୩୪ ବର୍ଷିୟଙ୍କ ହଠାତ ସ୍ୱାସ୍ଥ୍ୟ ଖରାପ ଅନୁଭବ କରିଥିଲେ । ତୁରନ୍ତ ଅରୁଣ ବିଳମ୍ବ ନକରି କୌଣସି ଉପାୟନ ପାଇ ରାତ୍ରିରେ ଡାକ୍ତର ସୁଦିପ୍ତ କୁମାର ସାହୁ ଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରି ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥତାର ଖବର ଜଣାଇଥିଲେ । କାଳବିଳମ୍ବ ନକରି ଡାକ୍ତର ସାହୁ ସାପଲହର ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରେ ଉପସ୍ଥିତ ପରେ ବୁକୁରାମୁଣ୍ଡାର କାର୍ଯ୍ୟରତ ଡାକ୍ତର ସେବାବ୍ରତ ମେହେରଙ୍କ ସଙ୍ଗେ ମିଶି ପେସେଣ୍ଟର ସ୍ୱାସ୍ଥ୍ୟ ଅବସ୍ଥା ଟିକିନିକି ବୁଝାବୁଝିପରେ କୋଭିଡ-୧୯ ର ଦାୟିତ୍ୱରେ  ଥିବା ଡାକ୍ତର ସୌମ୍ୟ ରଂଜନ ଦାସ ଓ ଏକାଉଟେନ ସୁବ୍ରତ ବିଶ୍ୱାଳଙ୍କୁ ଖବର ଦେବାପରେ ତୁରନ୍ତ  ସେମାନେ ଡେରି ନକରି ସାପଲହର ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ପହଞ୍ଚି ଯାଇଥିଲେ । ମିଳିତ ଉପସ୍ଥିତ ଡାକ୍ତରୀଦଳ ରାତି ତମାମ ଉଜାଗର ହୋଇ ରାତି୧୨ଟାରୁ ସକାଳ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସାଜାରି ପରେ ପେସେଣ୍ଟ ର ଚେତା ଅାସିଥିଲା । ନିଜ ଜୀବନକୁ ବାଜିଲଗାଇ ନିର୍ଭିକତାର ସହ ଚିକିତ୍ସିତ କରିଥିବା ଡାକ୍ତରୀ ଟିମ କୁ ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି । ଶେଷରେ ଅରୁଣର ଚେତା ଆସିବାପରେ ବରଗଡ ଜିଲ୍ଲା ରେ ନିୟୋଜିତ ସମସ୍ତ ୧୦୮ ଆମ୍ବୁଲେନ୍ସକୁ ଯୋଗାଯୋଗ କରାଯାଇଥିଲାା ହେଲେ ବିଡମ୍ବନା ର ବିଷୟ ଏହିକି କୋଭିଡ-୧୯ ର ରୋଗୀ ମାନଙ୍କୁ ଆମେ ନିଆଅଣା କରୁନାହୁଁ । ଆପଣ ନିଜ ବ୍ୟବସ୍ଥା କରନ୍ତୁ କହିବାରୁ ସଂଗେସଂଗେ ପାଇକମାଲ ବି.ଡି.ଓ ଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିଲାା ସକାଳୁ ଖବର ପାଇ ବି.ଡି.ଓ ,ଜି.ପି.ଓ ଙ୍କ ସମେତ ଦ୍ରୁତ ପ୍ରତିକ୍ରିୟା (ଆର.ଆର.ଟି)ଦଳ ପହଂଚିଥିଲେ । ପହଂଚିବାପରେ ଗୋଟି ଗୋଟି ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାପରେ ଅସୁସ୍ଥ ଅରୁଣକୁ ସ୍ଥାନାନ୍ତରିତ ପାଇଁ ପ୍ରାଇଭେଟ ଗାଡି ଖୋଜାଖୋଜି କରାଯାଇଥିଲା । ହେଲେ ଅମଙ୍ଗ ହେବାରୁ ବାଧ୍ୟହୋଇ ୫୦ କିଲୋମିଟର ଦୂରସ୍ତ ମାଣ୍ଡୋସିଲ ଠାରୁ ଏକ ଟ୍ରେକର ଡକାଇ ପଦ୍ମପୁର ସ୍ଥିତ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା ।ଡଃ ସାହୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ପରିଚାଳକ ଭାବେ ନୂତନ ଭାବେ ଅବସ୍ଥାପିତ ଡାକ୍ତର ତହସିଲ ସାହୁଙ୍କୁ ଘଟଣା ସଂପର୍କରେ ଅବଗତ କଲାପରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସଂଧ୍ୟା ୬ ଘଣ୍ଟା ସମୟରେ ବରଗଡରୁ ଏକ ଗାଡି ପହଂଚିବା ପରେ ବରଗଡ କୋଭିଡ ଡାକ୍ତରଖାନା କୁ ଉକ୍ତ ପେସେଣ୍ଟ  ସ୍ଥାନାନ୍ତରିତ ହୋଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.