ସାର ଦୋକାନ ଉପରେ ପ୍ରଶାସନ ପକ୍ଷରୁ ତଲାସୀ ।

0 390

ଦିଗପହଣ୍ଡି,ତା-୨୪/୦୬(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସ୍ଥାନୀୟ ପୁଞ୍ଜିକୟା ଛକ ନିକଟରେ ରହିଥିବା ରଘୁନନ୍ଦନ ଟ୍ରେଡସ ଦୋକାନ ଉପରେ ବୁଧବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ଗଚ୍ଛିତ ଥିବା ଜୈବିକ ସାର ମାନଙ୍କର ଖାନ ତଲାସୀ କରି ଫେରିଥିବା ଜଣାପଡିଛି । ଖବରପ୍ରକାରେ , ବୁଧବାର ପୂର୍ବାହ୍ନ ୧୧ ଘଣ୍ଟ ସମୟରେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ ସମେତ ରାଜସ୍ବ ନିରୀକ୍ଷକ ମାନେ ସ୍ଥାନୀୟ ରଘୁନନ୍ଦନ ଟ୍ରେଡସ ଦୋକାନରେ ପହଞ୍ଚି ୩୩୦ ମେଟ୍ରିକ୍ ଟନ ଗଚ୍ଛିତ ରହିଥିବା ୟୁରିଆ , ୟୁକୋ , ଡିଏପି , ଏମଓପି , ଗୁମର ଭଳି ବିଭିନ୍ନ ରାସାୟନିକ ସାର , କୀଟନାଶକ ସାର ଚାଷ ନିମନ୍ତେ ଉପଯୋଗୀ କି ନାହିଁ ତାହାର ସଠିକ ଯାଞ୍ଚ କରିବା ସହ ଏହାର ତଦନ୍ତ ରିପୋର୍ଟ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି । ଏହି ତଲାସୀ ସମୟରେ ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତ , ଅକ୍ଷୟ ମଲ୍ଲିକ ସମେତ ସମସ୍ତ ତହସିଲ କର୍ମଚାରୀ ଉପସ୍ଥିତ ଥିବା ଜଣାପଡିଛି ।
ରିପୋର୍ଟ –  ସାଇଦୀପୁ ପୂଜାରୀ ।

Leave A Reply

Your email address will not be published.