ସାର କଳାବଜାର : ପ୍ରଶାସନ ନିରବ, ଚାଷୀ ହନ୍ତସନ୍ତ ।

0 1,556

ସାନଖେମୁଣ୍ଡି,୨୩/୦୮(ପିପିଟି); ସମ୍ପ୍ରତି ମହାମାରୀ କରୋନା କାରଣରୁ ଚାଷୀ ମାନେ ବହୁତ ହନ୍ତସନ୍ତ ହେଉଛନ୍ତି । ଲକ୍ ଡାଉନ ଏବଂ ସଟ୍ ଡାଉନ ରେ ଚାଷୀ ମାନଙ୍କ ଜୀବନ ଜୀବକା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଚାଷ କାର୍ଯ୍ୟରେ ବ୍ୟବହାର ହେଉଥିବା ପିଡ଼ିଆ (ସାର) ଅତ୍ୟନ୍ତ ଚଢାଦରରେ ଦୋକାନୀ ମାନେ କଳା ବଜାରୀ କରି ବିକ୍ରୟ କରୁଛନ୍ତି କିନ୍ତୁ ସ୍ଥାନୀୟ ପ୍ରଶାସନ ଏ ପର୍ଯ୍ୟନ୍ତ କୌଣସି ବି କାର୍ଯ୍ୟାନୁଷ୍ଠାନ ନ ନେଇ ନିରବ ଦ୍ରଷ୍ଟା ପାଲଟିଛନ୍ତି । ଏ ବିଷୟରେ ଆମେ ଖବର ପ୍ରସାରଣ ଥରେ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି ବି କାର୍ଯ୍ୟାନୁଷ୍ଠାନ ନେଇନଥିବା ପରିଲକ୍ଷିତ ହେଉଛି । ଦୋକାନୀ ମାନେ ମନ ଇଚ୍ଛା ରେଟ୍ ପକାଇ ଚାଷୀ ମାନଙ୍କୁ ଜୁଲମ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ନିରୀହ ଚାଷୀ ମାନଙ୍କୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହେଉଛି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.