ସାମ୍ବାଦିକଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଳବର ଶୋକ ।

0 606

ବେଲଗୁଣ୍ଠା-୧୧/୦୭(ପିପିଟି);ଯୁବ ସାମ୍ବାଦିକ ତଥା ହିଂଜିଳିକାଟୁର  ଜଣାଶୁଣା ସମାଜସେବୀ ପ୍ରିୟଦର୍ଶୀ ପଟ୍ଟନାୟକ (୪୨)ଙ୍କ ଅକାଳମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସେ ଜଣେ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକ ହେବା ସଙ୍ଗେ ସଙ୍ଗେ ଜଣ ଦରଦୀ ବନ୍ଧୁ ଭାବେ ଅଞ୍ଚଳରେ ପରିଚିତ ଥିଲେ ଏବଂ ବହୁ ନେତା, ଅଫିସରମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଗଞ୍ଜାମ ଜିଲ୍ଲାରେ ସେ ମୁନୁ ଭାଇ ବୋଲି ସୁପରିଚିତ ଥିଲେ ।ବେଲଗୁଣ୍ଠା ପ୍ରେସ୍ କ୍ଳବ ସହ ତାଙ୍କର ବହୁ ବର୍ଷର ନିବିଡ ଘନିଷ୍ଠତା ଥିଲା । ଯିଏ ଯେଉଁ ଅସୁବିଧାରେ ଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସୁଥିଲେ ବୋଲି ସଭାପତି ଶ୍ରୀ ପାତ୍ର ତାଙ୍କ ସ୍ମୃତିଚାରଣ କରିଥିଲେ ।ପୁର୍ବରୁ ସେ ସମ୍ବାଦର ହିଞ୍ଜିଳୀ ପ୍ରତିନିଧି ରହିଥିବା ବେଳେ ବର୍ତ୍ତମାନ ସେ ସମାଜ ର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ଗତ କିଛି ଦିନ ତଳେ ସ୍ୱାସ୍ଥ୍ୟ ଖରାପ ହେବାରୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର କିମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କଠାରେ କରୋନା ଚିହ୍ନଟ ହୋଇଥିଲା । ତାଙ୍କ ମୃତ୍ୟୁରେ ସାମ୍ବଦିକ ଜଗତ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି,ସମ୍ପାଦକ ସୁଶାନ୍ତ ମିଶ୍ର,ସହ-ସମ୍ପାଦକ ସରୋଜ ଶତପଥୀ,କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସୁଶାନ୍ତ କୁମାର ବେହରା,ସନ୍ତୋଷ କୁମାର ବିଷୋୟୀ,ଚନ୍ଦନ କୁମାର ସାହୁ, ସୁରେଶ ସୁବୁଦ୍ଧି, ବାଳକୃଷ୍ଣ ପାତ୍ର, ଶିବରାମ ଚୌଧୁରୀ ପ୍ରମୁଖ ଶୋକବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.