ସାମ୍ବାଦିକଙ୍କୁ ମାଡ଼ ଓ ଗାଳି ଘଟଣାରେ ଜଣେ ବାଲିମାଫିଆ ଗିରଫ,ଅପରାଧ ଓ ଅପରାଧି କାହାକୁ କ୍ଷମାନାହିଁ,ଗୁଣୁପୁର ଏସଡିପିଓ।

0 427

ରାୟଗଡା,୧୦/୦୭(ପିପିଟି); ରାୟଗଡ଼ା ଜିଲ୍ଲା ଗୁଣୁପୁର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁଦିନ ବାଲି ମାଫିଆଙ୍କ ଦାଦାଗିରି ବଢ଼ିବା ସହ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ବାଲି ଚୋରି କରୁଛନ୍ତି।ଏହାକୁ ରୋକିବାକୁ କିଛି ସାମ୍ବାଦିକ ଖବର ପ୍ରସାରଣ କରିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି ଆସୁଥିଲେ। ଖବରପ୍ରସାରଣ ଯୋଗୁଁ ବାଲିମାଫିଆ କିଙ୍ଗପିନ ସାଜିଥିବା କିଛି ଦୁର୍ବୁତ୍ତ ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ମାଡ଼ମାରିବା ଓ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇ ଆସୁଥିଲେ।ଗତବର୍ଷ ଜଣେ ସାମ୍ବାଦିକ ସଙ୍କେତ ପାତ୍ରଙ୍କ ଦୋକାନରେ ପଶି ଚିତ୍ତ ପାଣିଗ୍ରାହୀ ନାମକ ଦୁର୍ବୁତ୍ତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଲିଖିତ ଅଭିଯୋଗରେ ମଧ୍ୟ ଦୁର୍ବୁତ୍ତଙ୍କ ବିରୁଦ୍ଧରେ ସେତେବେଳେ କୌଣସି ସଠିକ କାର୍ଯ୍ୟାନୁଷ୍ଠାନ ନହେବାରୁ ଗୁଣ୍ଡାରାଜ ବଢ଼ି ଚାଲିଥିଲା।ସେହି ଭଳିଗତ ତା୦୭/୦୭/୨୦୨୧ରିଖ ଦିନ ରାତ୍ରି ପ୍ରାୟ ୮:୩୦ସମୟରେ ଚିତ୍ତ ପାଣିଗ୍ରାହୀ ମହିମାନଗର ସ୍ଥିତ ସାମ୍ବାଦିକ ସତ୍ୟନାରାୟଣ ସାହୁଙ୍କ ବାସଭବନ ନିକଟକୁ ଯାଇ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଥିଲା। ଏନେଇ ଶ୍ରୀ ସାହୁ ଅନ୍ୟ ସାମ୍ବାଦିକଙ୍କ ସହଯୋଗରେ ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଦିନକୁଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଥିବାରୁ ଗୁଣୁପୁର ଏସଡିପିଓ ଅଜୟ କୁମାର ବାରିକ,ଆଇଆଇସି ଯଶୋବନ୍ତ ହିଆଲ ଓ ଏସଆଇ ରବୀନ୍ଦ୍ରନାଥ ଗୌଡ଼ କେସ ନମ୍ବର ୮୩/୨୦୨୧ ରେ ଆଇପିସି ଧାରା ୩୪୧/୩୨୩/୨୯୪/୫୦୬ ଅନୁଯାୟୀ ଅଭିଯୁକ୍ତକୁ ତୁରନ୍ତ ଗିରଫାକରି କୋର୍ଟ ଚାଲାଣ କରାଯାଇଥିଲା।ବେଲ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ତିନି ଦିନ ପାଇଁ ଜେଲକୁପଠାଇ ଦିଆଯାଇଛି।ଗୁଣୁପୁର ପୋଲିସର ଏଭଳି ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ସାମ୍ବାଦିକ, ବୁଦ୍ଧିଜୀବୀ ଓ ଜନ ସାଧାରଣ ଧନ୍ୟବାଦ ଜଣାଇଛନ୍ତି ଓ ପ୍ରକାଶ କରିଛନ୍ତି ଯେ ସରକାରୀକଳ ଏପରି ପଦକ୍ଷେପ ଗ୍ରହଣ କଲେ ଅଧିକ ରାଜସ୍ୱ ମିଳିପାରିବ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.