ସାମାଜିକ ଦୂରତା ନ ମାନି ଗାଁ ପୋଖରୀରୁ ମାଛ ଧରି ବିକ୍ରି କଲେ ଜିଆରଏସ୍ !

0 1,849

ପୋଲସରା,(ପିପିଟି ନ୍ଯୁଜ୍)୧୫/୦୪-କରୋନା ମହାମାରୀ କୁ ରୋକିବା ପାଇଁ କୌଣସି ସଫଳ ଔଷଧ ଏ ପର୍ଯ୍ୟନ୍ତ ବହାରିନାହିଁ ।କିନ୍ତୁ ଏ କ୍ଷେତ୍ରରେ ସାମାଜିକ ଦୂରତା ହିଁ ସର୍ବାଧିକ ଫଳପ୍ରେଷ୍ୟ ସାବସ୍ତ୍ୟ ହୋଇଛି ।ତେଣୁ ସରକାରଙ୍କ ତରଫରୁ ସାମାଜିକ ଦୁରତ୍ୱକୁ ବଜାୟ ରଖିବା ପାଇଁ ସର୍ବାଧିକ ଗୁରୁତ୍ୱ ଦିଆ ଯାଉଛି।ଉଚ୍ଚ ପଦସ୍ତ ଅଧିକାରୀମାନେ ରାତି,ଦିନ ଏକ କରି ସମାଜରେ ସାମାଜିକ ଦୂରତ୍ୱ କେମିତି ବଜାୟ ରହିବ ସେଥିପ୍ରତି ଚେଷ୍ଟା କରୁଛନ୍ତି ।କିନ୍ତୁ ତଳ ସ୍ତରର କର୍ମଚାରୀ ମାନେ ମାନମୁଖୀ କାର୍ଯ୍ୟ କରୁଥିବାର ଦେଖା ଯାଉଛି ।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତ ମୁକ୍ତାମାଳ ଦେଇ ପୁର ଶାସନ ଗ୍ରାମରେ ।ଆଜି ସକାଳେ ପଞ୍ଚାୟତର  ଗ୍ରାମ ରୋଜଗାର ସେବକ  ଜଗନ୍ନାଥ ମିଶ୍ରଙ୍କ ନିର୍ଦ୍ଦେଶରେ ଗାଁ ପୋଖରୀରେ ମାଛ ଧରାଯାଇଥିଲା ।ମାଛ ଧରିବା ସମୟରେ ଶହେରୁ ଉର୍ଦ୍ଧ୍ବ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହେବାର ଲକ୍ଷ କରା ଯାଇଥିଲା । ଏପରିକି ନିଜେ ଜଗନ୍ନାଥ ମିଶ୍ର ସରକାରୀ କର୍ମଚାରୀ ହୋଇମଧ୍ୟ ନିଜେ ଖାତା, ପେନ ଧରି ମାଛ ବ୍ୟବସାୟର ସମ୍ପୂର୍ଣ୍ଣ ହିସାବ ବୁଝୁଥିଲେ। ଏହି ସମୟରେ ସେ ସରକାରଙ୍କ ସମସ୍ତ କଟକଣା କୁ ଭୁଲି ଯାଇଥିଲେ ।ପୋଲସରା ବିଡିଓ ଏବଂ ତହସିଲଦାର ଏହାକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବପାଇଁ ଦାବୀ ହୋଉଛି  ।ଘଟଣା ସମ୍ପର୍କରେ ଜିଆରଏସ୍ ଙ୍କୁ ପଚାରିବାରୁ ସେ କହିଥିଲେ ମାଛ ଧରା ହେଉଥିବା ଶୁଣି ସେଠାକୁ ଯାଇଥିଲି କିନ୍ତୁ ସେଠାରେ ଗହଳି ନକରିବା ପାଇଁ କହିଲି କେହି ଶୁଣିଲେ ନାହିଁ । ପାଟିତୁଣ୍ଡ ହେବାରୁ ସେଠାରୁ ପଳାଇ ଆସିଲି ।ଆମ ପ୍ରତିନିଧି ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ମାଛ ଧରା ହୋଇଥିବ,ମାଛ ଧରା ଓ ବିକ୍ରି ଉପରୁ ସରକାର କଟକଣା ଉଠାଇଛନ୍ତି । ସାମାଜିକ ଦୂରତ୍ବ ସଂପର୍କରେ ପ୍ରଶାସନ ପକ୍ଷରୁ ସଚେତନ କରାଯିଉଛି କିନ୍ତୁ ଲୋକ ମାନେ ସଚେତନ ନହୋଇ ଗହଳି କଲେ ପ୍ରଶାସନ କଣ କରିବ ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ/ ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.