କୋଦଳା,୨୧/୦୭(ପିପିଟି); ବାଲ୍ୟ ବିବାହ ରୋକିଲା ବେଗୁନିଆପଡା ପ୍ରଶାସନ ଓ ବ୍ରହ୍ମପୁର ଚାଇଲଡ ଲାଇନ । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ସାନ ସିଦ୍ଧପଲ୍ଲୀ ଗ୍ରାମରେ ଏକ ବାଲ୍ୟବିବାହ ହେଉଥିବା ଖବର ପାଇ ପ୍ରଶାସନ ଓ ଚାଇଲ୍ଡ ଲାଇନ ମିଳିତଭାବେ ଆତର୍କିତ ଚଢ଼ାଉ କରିଥିଲେ । ସିଦ୍ଧପାଲ୍ଲୀ ଗ୍ରାମର ଜଣେ ନାବାଳିକା କନ୍ୟାକୁ ସାନ ସିଦ୍ଧାପାଲି ଗ୍ରାମର ପିଣ୍ଟୁ ପ୍ରଧାନ (୨୫) ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଚାରିଦିନ ପୂର୍ବରୁ ନିଜ ଘରେ ଆଣି ରଖିଥିଲା। ସୂଚନା ପାଇ ବେଗୁନିଆପଡ଼ା ବାଲ୍ୟବିବାହ ନିଷେଧ ଅଧିକାରି ତଥା ଶିଶୁଵିକାଶ ପ୍ରକଳ୍ପ ଅଧିକାରୀଣି ସନ୍ଧ୍ଯାରାଣୀ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ସଦସ୍ୟ ମାନେ ଆସି ଉକ୍ତ ଗ୍ରାମରେ ପହଞ୍ଚି ଉଭୟ ପରିବାରକୁ ଏହି ବିବାହ ନକରିବା ପାଇଁ କହିଥିଲେ ଏବଂ ବୁଝା ସୁଝା କରି ଝିଅକୁ ନିଜ ବାପା ଘରକୁ ପଠାଇବାରେ ସଫଳ ହୋଇଥିଲେ ।ଝିଅଟିକୁ ୧୮ ବର୍ଷ ପୂର୍ତ୍ତି ହେଲେ ଉଭୟଙ୍କୁ ବିବାହ କରାଯିବ ବୋଲି ଉଭୟ ପକ୍ଷ ରାଜି ହୋଇଥିଲେ । ବୋଲି ଏହି ସମୟରେ ସରପଞ୍ଚ ସତୀଶ ରଞ୍ଜନ ତାରେଣୀ, ଅଙ୍ଗନୱାଡ଼ି ସୁପରଭାଇଜର, ବେଗୁନିଆପଡା ଫାଣ୍ଡି ପୋଲିସ ,ଜି ଆର୍ ଏସ୍ ସିତାରାମ ପଟ୍ଟନାୟକ, ଚାଇଲ୍ଡ ଲାଇନର ପରାମର୍ଶଦାତ୍ରୀ ପ୍ରିୟଙ୍କା ବେହେରା, ସଦସ୍ୟ ରଞ୍ଜିତ ବେହେରା, ଅଙ୍ଗନୱାଡି କର୍ମୀ ସୁଜ୍ଞାନୀ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଝିଅ ର ବାପା ମା ଝିଅକୁ ସାଙ୍ଗରେ ନେଇ ନିଜ ଘରକୁ ଫେରିଥିଲେ ଓ ପ୍ରଶାସନ କୁ କୃତଜ୍ଞତା ଜଣାଇଥିଲେ ।
(ରିପୋର୍ଟ- ସୂର୍ଯ୍ଯ ନାରାୟଣ ବଡୁ। )