ସାନିଟାଇଜ ହେଲା କୋଦଳା ଏନ୍ଏସିର ୫ ୱାର୍ଡ ।

0 410

କୋଦଳା,୩୧/୦୭(ପିପିଟି); କରୋନା ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର କୋଦଳା ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଓ କୋଭିଡ୍ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ଚୌଧୁରୀଙ୍କ ପ୍ରତ୍ଯକ୍ଷ ତତ୍ଵାବଧାନ ରେ ସ୍ବଚ୍ଛତା ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡିଙ୍କ ଉପସ୍ଥିତି ରେ କୋଦଳା ଅଗ୍ନୀଶମ ବିଭାଗ ଅଧିକାରୀ ସୁର୍ଜୟ କୁମାର ହେମ୍ବ୍ରମଙ୍କ ନେତୃତ୍ବରେ ଦମକଳ ଗାଡି ଏନ୍ଏସି ୱାର୍ଡ ନଂ ୨,୭,୮,୧୦,୧୩ ସମେତ ପରିବା ଏବଂ ମାଛ ବଜାର ରେ କ୍ଲୋରିନ ଓ ବ୍ଲିଚିଙ୍ଗ ପାଣି ଦ୍ଵାରା ସିଞ୍ଚନ କରିଥିବା ଜଣାପଡିଛି । ଏହି ପାଞ୍ଚଗୋଟି ୱାର୍ଡ ରେଡ଼ଜୋନ ରେ ରହିଥିବା ଜଣାପଡ଼ିଛି । ପୁରା ଏନ୍ଏସି ସମେତ ଏହି ପାଞ୍ଚ ୱାର୍ଡକୁ କୋଭିଡ ମନିଟର ମାନେ ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବାକୁ ଏନଏସି ପ୍ରଶାସନ ପରାମର୍ଶ ଦେଇଛି।ଲୋକେ ଘରେ ରୁହନ୍ତୁ , ମାସ୍କ ବ୍ୟବହାର କରନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ବାରମ୍ବାର ସାବୁନ ରେ ହାତଧୁଅନ୍ତୁ କହିବା ସହିତ ବ୍ୟବସାୟୀ ମାନଙ୍କ କୋଭିଡ ନିୟମ ସମ୍ପର୍କ ରେ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.