ସାନଖେମୁଣ୍ଡି ରେ ପ୍ରସ୍ତାବିତ କୋଭିଡ଼ ହସ୍ପିଟାଲର ଅନୁଧ୍ୟାନ କଲେ ଜିଲ୍ଲାପାଳ ଏବଂ ଉପଜିଳ୍ଲପାଳ ।

0 2,545

ସାନଖେମୁଣ୍ଡି,୧୩/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଦିନ କୁ ଦିନ କରୋନା ନିଜର କାୟା ବିସ୍ତାର କରିଚାଲିଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ରେ କରୋନା ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ଼ କେୟାର ସେଣ୍ଟରର ବ୍ୟବସ୍ତା କରାଯାଇଛି । ସଂକ୍ରମିତଙ୍କୁ ଆବଶ୍ୟକୀୟ ଚିକିତ୍ସା ନିମିତ୍ତ ଦରକାର ପଡୁଥିବା ଶଯ୍ୟା ସଂଖ୍ୟା ଓ ଚିକିତ୍ସା ସମ୍ବନ୍ଧୀୟ ଭିତ୍ତିଭୂମିର ଅଭାବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇଛି । ସଂକ୍ରମଣ ପ୍ରବଣ ସାନଖେମୁଣ୍ଡି ବ୍ଲକ ଅଧୀନ ଛଣମେରି ଓଡିଶା ଅଦର୍ଶ ବିଦ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲର ବ୍ୟବସ୍ତା ସହ କରୋନା ସଂକ୍ରମିତଙ୍କୁ ଚିକିତ୍ସାର ସୁ ବନ୍ଦୋବସ୍ତ କରାଯାଇଛି । ଏହି ହସ୍ପିଟାଲ ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ଷମ ହେଉଥିବା ପରିପ୍ରେକ୍ଷୀରେ ରବିବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ,ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ମିଳିତ ଭାବେ ସାନଖେମୁଣ୍ଡି ଗସ୍ତକରି ଛଣମେରୀ ସ୍ଥିତ ଅଦର୍ଶ ବିଦ୍ୟାଳୟରେ ହେବାକୁ ଥିବା କୋଭିଡ଼ କେୟାର ସେଣ୍ଟରର କାର୍ଯ୍ୟ ଅଗ୍ରଗତିର ଅନୁଧ୍ୟାନ କରିବା ସହିତ ଆବଶ୍ୟକୀୟ ଭିତ୍ତିଭୂମିର ବିକଳ୍ପକୁ ନେଇ ସମୀକ୍ଷା କରିଛନ୍ତି । ସ୍ଥାନୀୟ ବିଡ଼ିଓ କେୟାର ସେଣ୍ଟର ପ୍ରଶାସକ ଥିବା ଦୃଷ୍ଟିରୁ ଅନୁସଙ୍ଗିକ ବ୍ୟବସ୍ତା ନେଇ ଆଲୋଚନା କରିଛନ୍ତି । ଆଡ଼ପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼.ବାହନ ଦାସଙ୍କ ସହ ଆଲୋଚନା କରି ପ୍ରକ୍ରିୟାର ବ୍ୟବସ୍ତି କରଣ ନେଇ ବୈଠକ କରିଛନ୍ତି । ପ୍ରସ୍ତାବିତ କୋଭିଡ଼ ହସ୍ପିଟାଲ ପାଇଁ ନୀରିବଛିନ୍ନ ବିଦ୍ୟୁତ ସେବା,ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ତା,ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଓ ଯୋଗାଣ ସହିତ ସ୍ୱାସ୍ଥ୍ୟକର ପରିବେଶରେ ଉତ୍ତମ ଚିକିତ୍ସା ପ୍ରଦାନକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.