ବ୍ରହ୍ମପୁର, ୨୯/୧୨(ପିପିଟି): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଳକର ରାଧାଦେଇପୁର ପଞ୍ଚାୟତ କାର୍ଯ୍ଯାଳୟ ନିକଟରେ ଥିବା ପୋଖରୀର ଗାର୍ଡୱାଲ ନିର୍ମାଣ କିଛି ମାନ ପୁରୁଣୁ ଭୁଶୁଡି ପଡିଥିଲା। ପୋଖରୀର ଉନ୍ନତିକରଣ ଓ ସଶକ୍ତିକରଣ କାର୍ଯ୍ଯ ନିମ୍ନ ମାନର ହୋଇଥିବାରୁ ନଭେମ୍ବର ୧୪ ତାରିଖ ଦିନ ଭୁଶୁଡି ପଡିଥିଲା। ଗଣମାଧ୍ୟମ ସୂତ୍ରରୁ ଜଣା ପଡିଥିଲାଯେ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ଯୟରେ କାର୍ଯ୍ଯ କରାଯାଇଛି। ପ୍ରକଳ୍ପ ମଞ୍ଜୁର ହୋଇନି ତଥାପି କାହା ନିର୍ଦ୍ଦେଶ କିମ୍ବା ଅନୁମତିରେ ପୋଖରୀ କାର୍ଯ୍ଯ କରାଗଲା ତାହା ତଦନ୍ତ ସାପେକ୍ଷ ବୋଲି ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ପ୍ରଶ୍ନ ଉଠାଇବା ସହିତ ନିମ୍ନ ମାନର କାର୍ଯ୍ଯ ଓ ପ୍ରକଳ୍ପ ମଞ୍ଜୁର ନ ହୋଇ କାର୍ଯ୍ଯ କରିବା ଘଟଣାର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହି ନିମ୍ନ ମାନର କାର୍ଯ୍ଯ ଓ ଅନିୟମିତକୁ ନେଇ ଶ୍ରୀ ମହାନ୍ତି ଡିସେମ୍ବର ୨୮ ତାରିଖ ଦିନ ଉଚ୍ଚ ନ୍ୟାୟାଳୟରେ WP(C)/41315/2021 ରେ ମାମଲା ଦାୟର କରିଛନ୍ତି। ସମରଜିତ୍ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ କୁମାର ମହାନ୍ତି ରିଟ୍ ପିଟିସନ ଦାଖଲ କରିଛନ୍ତି।
(ରିପୋର୍ଟ- ଆରତ କୁମାର ହୋତା। )