ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମକୁ ତିନି ଦିନିଆ ସଟ ଡାଉନ ଘୋଷଣା କଲେ ସରପଞ୍ଚ ।

0 2,295

ସାନଖେମୁଣ୍ଡି,୨୯/୦୬(ପିପିଟି) ; ସାରା ବିଶ୍ୱକୁ ଗ୍ରାସ କରିଥିବା ମହାମାରୀ କରୋନା ଦିନ କୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ସମଗ୍ର ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗଥିବା ବେଳେ ଏହାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦିନରାତି ଏକ କରିଦେଇଛନ୍ତି । ପ୍ରତି ବ୍ଳକ ସ୍ଥିତିକୁ ଗଞ୍ଜାମ ଜିଲ୍ଲାପାଳ  ବିଜୟ ଅମ୍ବୃତ କୁଲାଙ୍ଗେ ଙ୍କ ପ୍ରତ୍ୟକ୍ଷ ନଜର ରହିଛି । ସାନଖେମୁଣ୍ଡି ବ୍ଲକରେ କରୋନା ପଜିଟିଭ ଦିନ କୁ ଦିନ ବୃଦ୍ଧି ହେବାରେ ଲାଗିଛି । ସାନଖେମୁଣ୍ଡି ବ୍ଲକର ପାଟପୁର ଗ୍ରାମରେ ଜଣେ ଔଷଧ ଦୋକାନୀ କରୋନା ରୋଗ ଆକ୍ରାନ୍ତ ହୋଇଥିବାରୁ ଆଜି ପାଟପୁର ସରପଞ୍ଚ ଟି. ବାବୁ ସୁବୁଦ୍ଧି ଏବଂ ସମିତିସଭ୍ୟ ପ୍ରତିନିଧି  ପ୍ରଶାନ୍ତ କୁମାର ସ୍ୱାଇଁ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପାଟପୁର ଗ୍ରାମକୁ ଆଜିଠୁ ଅର୍ଥାତ ସୋମବାର ଠୁ ବୁଧବାର ପର୍ଯ୍ୟନ୍ତ ତିନି ଦିନିଆ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି । ବଟେଶ୍ଵରୀ ଛକ ଠୁ ରେଡ଼ିକା ସାହି ପର୍ଯ୍ୟନ୍ତ ରାସ୍ତା କୁ ସିଲ କରାଯିବା ସହ ଏହାକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି । ଗୋଷ୍ଠି ସଂକ୍ରମଣର ଆଶଙ୍କା ଥିବାରୁ ରାସ୍ତା ଘାଟ ସମ୍ପୁର୍ଣ୍ଣ ସିଲ କରିଦିଆଯାଇଛି । ଗ୍ରାମର କୌଣସି ଲୋକ ବାହାରକୁ ନବାହାରିବାକୁ ବାରଣ କରାଯାଇଛି । ସମ୍ପୂର୍ଣ୍ଣ ଦୋକାନ ବଜାର ବନ୍ଦ କରାଯାଇଛି । ସାମାଜିକ ଦୂରତା,ମାସ୍କ ପିନ୍ଧିବା ଓ ସାନିଟାଇଜ କରିବା ସହ ଅତି ଆବଶ୍ୟକ ପଡିଲେ ଘରୁ ବାହାରିବା ନେଇ ସରପଞ୍ଚ  ଟି. ବାବୁ ସୁବୁଦ୍ଧି ଏବଂ ସମିତିସଭ୍ୟ ପ୍ରତିନିଧି ପ୍ରଶାନ୍ତ କୁମାର ସ୍ୱାଇଁ ନିଜେ ଘର କୁ ଘର ବୁଲି ଲୋକ ମାନଙ୍କୁ ସଚେତନ କରାଇଥିଲେ । ଆଜି ଗଞ୍ଜାମ ଜିଲ୍ଲାପାଳ  ବିଜୟ ଅମ୍ବୃତ କୁଲାଙ୍ଗେ ସାନଖେମୁଣ୍ଡି ବ୍ଲକ ଗସ୍ତ କରିଥିଲେ । ବ୍ଲକର ପ୍ରତି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ଡାକି କରୋନାକୁ କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ଏକ ବୈଠକ କରିଥିଲେ ।ସାଧାରଣ ଜନତା ମାନେ କିଭଳି କରୋନା ପ୍ରକୋପରୁ ନିଜକୁ ରକ୍ଷା କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା । ଏଭଳି ପରିସ୍ଥିତି ରେ କିଭଳି ଗୋଷ୍ଠି ସଂକ୍ରମଣ ନ ହେବ ସେ ଉପରେ ଆଲୋଚନା କରିଥିଲେ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.