ସାନଖେମୁଣ୍ଡି ବିଡ଼ିଓଙ୍କ ଆହ୍ୱାନ କ୍ରମେ ରାଧାଦେଇପୁର ଠାରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ।

0 1,849

ସାନଖେମୁଣ୍ଡି,୨୭/୦୮(ପିପିଟି); ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଠାରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରେକର୍ଡ ସଂଖ୍ୟକ ସ୍ଵାବ ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯାଇଛି । କିଛି ଦିନ ପୂର୍ବେ କରୋନା ପରୀକ୍ଷା କରିବାପାଇଁ ଡ଼ରୁଥିବା ଜନ ସାଧାରଣ ଆଜି ଅତି ଆଗ୍ରହର ସହ କରୋନାକୁ ଭୟ ନକରି ସ୍ଵାବ ପରୀକ୍ଷା କରିଥିଲେ । ଆଜିର ପରିକ୍ଷଣରେ ଉସ୍ତା ଜଗନ୍ନାଥ ପୁର ଗ୍ରାମରେ ସର୍ବାଧିକ ୫୦୦ ଶହ ରୁ ଉର୍ଦ୍ଧ୍ବ ନମୁନା ପରୀକ୍ଷଣ ହୋଇଛି । ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ କରୋନା ଭଳି ମହାମାରିରୁ ସାନଖେମୁଣ୍ଡି ଅଞ୍ଚଳର ଜନ ସାଧାରଣ ମାନେ କିଭଳି ଭାବେ ସୁରକ୍ଷିତ ରହିବେ ସେ ଉପରେ ଗୁରୁତ୍ୱ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି କରୋନା ଯୋଦ୍ଧା ହୋଇ ଲୋକ ମାନଙ୍କୁ ସାହସ ର ସହିତ କରୋନା ଦାଉରୁ ରକ୍ଷା କରିଥିଲେ । କରୋନାର କରାଳ ରୂପରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁଙ୍କ ଅବଦାନ ଏବଂ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମ ବାସି ଆଜି ଶାନ୍ତିରେ ଜୀବନ ଯାପନ କରୁଛନ୍ତି । ମହାମାରୀ ସମୟରେ ଘରକୁ ଘର ବୁଲି ଲୋକ ମାନଙ୍କୁ ସଚେତନତା କରାଇ ନିଜ ଜୀବନକୁ ଖାତିର ନକରି ଜନ ସାଧାରଣ କିପରି ସୁରକ୍ଷିତ ରହିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ ଶ୍ରୀ ସ୍ୱାଇଁ । ଆଜିର କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀଦତ୍ତ ନାୟକ,ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ,ସମିତି ସଭ୍ୟ ଜୟଶ୍ରୀ ସ୍ୱାଇଁ,ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ବାରିକ,ନାୟବ ସରପଞ୍ଚ ନିଳାଞ୍ଚଳ ପ୍ରଧାନ,ବ୍ଲକ ଯୁବ ବାହିନୀ ସଂଯୋଜକ ଶିବ ପ୍ରଧାନ,ଯୁବ ବାହିନୀ ସମ୍ପାଦକ ଗୌରୀ ଶଙ୍କର ତ୍ରିପାଠି, କୋଷାଧ୍ୟକ୍ଷ ସନ୍ତୋଷ ରାଉତ,ଅଙ୍ଗନବାଡି କର୍ମୀ ଗୀତାଞ୍ଜଳୀ ରଥ,ମମତା ରଥ,ଆଶା କର୍ମୀ ଆରତି ମିଶ୍ର,ସ୍ୱେଚ୍ଛାସେବୀ ବାସୁଦେବ ପ୍ରଧାନ,କୋଭିଡ଼ ପରିଚାଳନା ସଂଯୋଜକ ପ୍ରଦୀପ ପଟ୍ଟନାୟକ,ସୁପ୍ରଭାଇଜର ସୁନୀଲ ମିଶ୍ର,ହେଲଥ୍ ୱାର୍କର ସନ୍ତୋଷ ସେଠି,କୋଭିଡ଼-୧୯ କର୍ମକର୍ତ୍ତା ସତୀଶ କୁମାର ସୁବୁଦ୍ଧି,ଜି.କେ. ପ୍ରସାଦ,ଏଲ.ଟି.ମହେନ୍ଦ୍ର ଲାକ୍ରା,ତାପସ୍ୱନି ବେହେରା,ସ୍ଵାଗତିକ ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକ ମାନଙ୍କୁ ଉତ୍ସାହିତ କରିଥିଲେ । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.