ସାନଖେମୁଣ୍ଡି ବିଜୁ ଯୁବବହିନୀ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଏବଂ ବୃକ୍ଷ ରୋପଣ ।

0 773

ସାନଖେମୁଣ୍ଡି,୧୬/୦୮(ପିପିଟି) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଉସ୍ତା ଜଗନ୍ନାଥ ପୁର ଠାରେ ବିଜୁ ଯୁବବହିନୀ ତରଫରୁ ୭୪ ତମ ସ୍ୱାଧୀନତା ଦିବସ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତି ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଯୋଗେନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ । କରୋନା ଜନିତ କଟକଣା ରେ ନିଜ ନିଜ ସାମାଜିକ ଦୂରତ୍ୱ ଏବଂ ମାସ୍କ ପରିଧାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଶ୍ରୀ ସ୍ୱାଇଁ । ବର୍ତ୍ତମାନ ଚାଲୁ ରହିଥିବା କୋଭିଡ଼ ପରିସ୍ଥିତିରେ ଜୀବନ ଜୀବିକାକୁ ବଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ମାସ୍କ ପରିଧାନ,ସାମାଜିକ ଦୂରତା,ନିଶା ନିବାରଣ,ସ୍ୱଚ୍ଛତା ସମ୍ପର୍କରେ ସେ ବିଜୁ ଯୁବ ବାହିନୀର କାର୍ଯ୍ୟ ଧାରାକୁ ତ୍ୱରାନ୍ୱିତ କରିବାକୁ ପ୍ରବର୍ତ୍ତାଇଥିଲେ । ମହାମାରୀ କରୋନା ସମୟରେ ବିଜୁ ଯୁବବାହିନୀର ସମସ୍ତ ସଦସ୍ୟଙ୍କ କାର୍ଯ୍ୟକଳାପକୁ ଶ୍ରୀସ୍ୱାଇଁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ । ଉତ୍ସବରେ ବ୍ଲକ କୋଡ଼ିନେଟ ଶିବ ପ୍ରଧାନ,ବିଜୁ ଯୁବବହିନୀ ସଭାପତି ସନ୍ତୋଷ ରାଉତ,ସମ୍ପାଦକ ଗୌରୀଶଙ୍କର ତ୍ରିପାଠୀ, ସଂଯୋଜନା କରିଥିଲେ । ଏଥିରେ ନାଏବ ସରପଞ୍ଚ ନିଳାଞ୍ଚଳ ପ୍ରଧାନ,ଯୁବ ନେତା ବାସୁଦେବ ପ୍ରଧାନ, ରାଜକିଶୋର ପ୍ରଧାନ,ଅରୁଣ ଗୌଡ଼,ଆକାଶ ପ୍ରଧାନ,ସୁକାନ୍ତ ରାଉତ,ଶିବାଜୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ଭାଗ ନେଇଥିଲେ । ଆଜି ପ୍ରାୟ ଏକ ହଜାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ସ୍ୱାଇଁ ନିଜେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ରକ୍ତ ଅଭାବ ରୁ ବିଭିନ୍ନ ସମସ୍ୟା ଦେଖାଯାଉଥିବାରୁ ବିଜୁ ଯୁବବାହିନି ତରଫରୁ ଖୁବ ଶିଘ୍ର ଏକ ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠାତ କରିବାପାଇଁ ପାଇଁ ଶପଥ ନିଆଯାଇଥିଲା । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.