ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ କରୋନା ସଂକ୍ରମଣ ମୁକାବିଲାରେ ପ୍ରଶାସନ ବିଫଳତା ନେଇ ବିଜେପି ଆଣିଲା ଅଭିଯୋଗ ।

0 2,354

ସାନଖେମୁଣ୍ଡି,୨୧/୦୭(ପିପିଟି); ସମ୍ପ୍ରତି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଜନିତ ଦୁରାବସ୍ଥା ସାରା ଭାରତରେ ଜାରି ରହିଛି । ପ୍ରତ୍ୟକ ଦିନ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ସହିତ ବହୁ ସଂଖ୍ୟାରେ ମୃତ୍ୟୁ ବରଣ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଜାରି ଗାଇଡ଼ ଲାଇନ ଦ୍ୱାରା କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହାର ମୁକାବିଲା କରୁଥିଲେ ମଧ୍ୟ ଏହାର କୌଣସି ସୁଫଳ ପ୍ରଭାବ ପଡୁନଥିବା କାରଣରୁ ସଂକ୍ରମଣକୁ ପ୍ରତିରୋଧ କରିବା କଷ୍ଟସାଧ୍ୟ ହୋଇପଡିଛି । ଶାସନ ଗାଦିରେ ଥିବା ଓଡିଶା ସରକାରଙ୍କ ତ୍ରୁଟିପୂର୍ଣ୍ଣ କରୋନା ମୁକାବିଲା ନୀତି ଏବଂ ବେପାରୁଆ ନିଷ୍ପତ୍ତି ଯୋଗୁଁ ଓଡିଶା ଏବେ କରୋନାର ପର୍ଯ୍ୟଟନ ସ୍ଥଳୀ ପାଲଟିଗଲାଣି । ଦୀର୍ଘ ଦିନ ଧରି ଆମ ଗଞ୍ଜାମ ଜିଲ୍ଲାକୁ କରୋନା ଭୁତାଣୁ ଠାରୁ ଦୁରେଇ ରଖି ସର୍ବକାଳିନ ଗ୍ରୀନଜୋନରେ ଥିବା ଗଞ୍ଜାମ ବାସୀଙ୍କୁ ଏପରି ଘୃର୍ଣ୍ୟ  ବ୍ୟବହାର ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇ ବ୍ଲକ ଧରକୋଟ ଓ ସାନଖେମୁଣ୍ଡିରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ସର୍ବାଧିକ ଥିବା ସହ ସଠିକ ଭାବେ ସ୍ୱାସ୍ଥ୍ୟସେବା ମିଳୁନଥିବାରୁ ନିରୀହ ଲୋକ ମାନେ ବଳି ପଡୁଛନ୍ତି । କୋଭିଡ଼-୧୯ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ ମୁକାବିଲା କରିବାରେ ବିଫଳ ହୋଇଥିବା ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଉଛି । ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବରିଷ୍ଟ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସ୍ୱାଇଁ ଉଭୟ ବ୍ଲକର କରୋନା ସଂକ୍ରମଣ ସଙ୍ଗିନ ସ୍ଥିତିକୁ ନେଇ ସରକାର କୋଭିଡ଼-୧୯ ମୁକାବିଲାକୁ ଦୃଢ଼ ବିରୋଧ କରିବା ସହିତ ସାଧାରଣ ଜନତାଙ୍କ ବଞ୍ଚିରହିବା ଅଧିକାରକୁ କ୍ଷୁର୍ଣ୍ଣ ନକରି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି । ସଂକ୍ରମିତ ଅଞ୍ଚଳ ଚିହ୍ନଟ ପରେ ଯଥାସାଧ୍ୟ ରେଡ୍ ଜୋନ୍ ଘୋଷଣା,ଆବଦ୍ଧ ଅଞ୍ଚଳ ଘୋଷିତ ଅଞ୍ଚଳ ବାସୀଙ୍କୁ କରୋନା ଜନିତ ସ୍ୱାସ୍ଥ୍ୟ ପରୀକ୍ଷା,ବ୍ଲକ ସ୍ତରରେ କୋଭିଡ଼ ହସ୍ପିଟାଲ ସହ ଉତ୍ତମ ସେବା,ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର,ନର୍ସ ଓ କର୍ମଚାରୀ ପଦବୀ ପୂରଣ ପାଇଁ ଦାବି କରିଛନ୍ତି । ମୌସୁମି ଆରମ୍ଭରେ କୃଷକ ନିଜ ବିଲ ବାଡ଼ିରେ କାମ କରିବାକୁ ଯାଉଥିବା ବେଳେ ଲକ୍ ଡାଉନ ଏବଂ ସଟ୍ ଡାଉନ ଥିବାରୁ ପୁଲିସର ମାଡ଼ ଏବଂ ଜରିମାନା ପକାଇଥିବା ବିଷୟକୁ ବିରୋଧ କରି ପ୍ରଶାସନ ସଜାଗ ନ ରହିଲେ ଜନ ସାଧାରଣ ଙ୍କ ମନରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଆଗାମୀ ଦିନରେ ଆଇନ ଶୃଙ୍ଖଳା ରକ୍ଷା ନେଇ ବିରାଟ ସମସ୍ୟା ସୃଷ୍ଟି ହେବାର ମତପ୍ରକାଶ କରିଛନ୍ତି । ଅଞ୍ଚଳ ବାସିଙ୍କ ସମସ୍ୟାରେ ସୁଧାର ଆଣିବାକୁ ଶ୍ରୀ ସ୍ୱାଇଁ ଦାବି କରିଛନ୍ତି ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.