ସାନଖେମୁଣ୍ଡି ଚର୍ଚ୍ଚାରେ ବିଜୁ ଯୁବବାହିନୀ ସମ୍ପାଦକ ଗୌରୀଶଙ୍କର ତ୍ରିପାଠୀ ।

0 325

ସାନଖେମୁଣ୍ଡି,(ପିପିଟି ନ୍ଯୁଜ୍)୧୯/୦୫, ବିଶ୍ୱରେ ମହାମାରୀ ର ଆତଙ୍କ ପାଲଟିଥିବା କୋଭିଡ଼ ୧୯ ବା କୋରନା ଭାଇରସ କୁ ପ୍ରତିରୋଧ ପାଇଁ ନିଜ ଜୀବନକୁ ବାଜି ଲଗାଇ ଘରର ଚାରି କାନ୍ଥ ଭିତରୁ ବାହାରି ଆସୁଛନ୍ତି ରାଧାଦେଇପୁର ବିଜୁ ଯୁବ ବାହିନୀ ସମ୍ପାଦକ ଗୌରୀଶଙ୍କର ତ୍ରିପାଠୀ । ନିଜର ଅଳ୍ପ କିଛି ସାଥୀଙ୍କୁ ଧରି ସାନଖେମୁଣ୍ଡି ଅଞ୍ଚଳର ସମସ୍ତ ସ୍ଥାନକୁ ଯାଇ ଜନ ସଧାରଣକୁ ସଚେତନା କରାଉଛନ୍ତି । କୋଭିଡ଼ ୧୯ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନଥିବା ବେଳେ ସ୍ୱଚ୍ଛତା,ସମଦୂରତା ଓ ସଚେତନତା ଦ୍ୱାରା ହିଁ କରୋନା କୁ ରୋକାଯାଇପାରିବ ବୋଲି ମତ ରଖିଛନ୍ତି । ଲକ୍ ଡାଉନ ଯୋଗୁଁ  ଘରେ ବସି ରହିଥିବା ଅନେକ ଗରିବ,ନିରାଶୟ,ଦିବ୍ୟାଙ୍କ ମାନଙ୍କୁ ଖାଦ୍ୟ ବଣ୍ଟନ , ଭତ୍ତା ବଣ୍ଟନ  ଚାଉଳ ଓ ଗହମ ବଣ୍ଟନ ରେ ସାହାଯ୍ୟ କରୁଛନ୍ତି ଏବଂ ସଙ୍ଗରୋଧ କେନ୍ଦ୍ର ରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିବା ସହିତ ସାମାଜିକ ଦୂରତା ରକ୍ଷା କରୁଛନ୍ତି । ଏପରି କୀ ଯେଉଁ ପଥ ଚାରି ମାନେ ମାସ୍କ ନ ପିନ୍ଧି ରାସ୍ତା ରେ ଯାଉଛନ୍ତି ସେମାନଙ୍କୁ ଅଟକାଇ କରୋନା ଭୟାବହତା ସଂପର୍କରେ ସଚେତନତା କରାଉଛନ୍ତି । ସ୍ୱାର୍ଥ ପର ଦୁନିଆଁ ରେ ନିସ୍ୱାର୍ଥ ପର ଭାବରେ ଜନତାଙ୍କ ସେବା ପାଇଁ ନିଜକୁ ସମର୍ପିତ କରିଥିବା ଯୁବ ସମାଜସେବି ତଥା ଏହି ମହାନ କରୋନା ଯୋଦ୍ଧା ଗୌରୀଶଙ୍କର ତ୍ରିପାଠୀଙ୍କୁ ସାନଖେମୁଣ୍ଡି ବାସି ସାଧୁବାଦ ଜଣାଇଛନ୍ତି । ଗୌରୀଶଙ୍କରଙ୍କ ଏଭଳି ସେବା ମନବୃତ୍ତି  କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ,ସଧାରଣ ଜନତା ପ୍ରଶଂସା କରିଥିବା ବେଳେ ଅନେକ ଯୁବକ ତାଙ୍କର ଏପରି କାର୍ଯ୍ୟକୁ ଦେଖି ତାଙ୍କ ସହ ମିଶି ତାଙ୍କର କାର୍ଯ୍ୟ କୁ ଆଗେଇଆସିବା ପାଇଁ ହାତ ବଢ଼ାଇଛନ୍ତି ।
ରିପୋର୍ଟ :- ଆରତ କୁମାର ହୋତା

Leave A Reply

Your email address will not be published.