ସାଙ୍ଗରୋଧ କେନ୍ଦ୍ରରୁ ୧୦୦ମିଟର ନିୟମ ସାନଖେମୁଣ୍ଡି ଅଞ୍ଚଳରେ କାର୍ଯ୍ୟ କରୁନାହିଁ ।

0 219

ସାନଖେମୁଣ୍ଡି,(ପିପିଟି ନ୍ଯୁଜ୍)୧୬/ ୦୫, କରୋନା ଭୁତାଣୁ ସାରା ବିଶ୍ୱକୁ ଚିନ୍ତା ରେ ପକେଇଥିଲା ବେଳେ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି କରୋନା । ଏବେ ଏହା ଗଞ୍ଜାମ ଜିଲ୍ଲା ରେ ପ୍ରବେଶ କରି ସାରିଛି । ଗଞ୍ଜାମ ବାସି ଏହାକୁ ନେଇ ଚିନ୍ତିତ ଥିବା ଜଣା ପଡିଛି । କିନ୍ତୁ ଲୋକ ମାନଙ୍କର ନା ଅଛି ସଚେତନତା , ନା ଅଛି ସାମାଜିକ ଦୂରତା । କରୋନା ଭୁତାଣୁକୁ ଏତେ ସାମାନ୍ୟ ଭାବିବାଟା ମଧ୍ୟ ଠିକ ନୁହେଁ । ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୁର ହାଇସ୍କୁଲ ରେ ଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଭେଟିବାକୁ ଆସିଥିବା ଲୋକ ମାନଙ୍କ ଦୃଶ୍ୟ । ସଙ୍ଗରୋଧ କେନ୍ଦ୍ର ଠାରୁ ୧୦୦ମିଟର ଦୂରତା ଯାଏଁ ୧୪୪ ଧାରା ଲାଗୁ କରାଯାଇଛି । କିନ୍ତୁ ଲୋକ ମାନେ ଏହା ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଖୁଲମ ଖୁଲା ମିଶୁଛନ୍ତି ପ୍ରବାସୀ ଓଡ଼ିଆଙ୍କୁ  ନା ଅଛି ଏମାନଙ୍କ ପାଖରେ ସାମାଜିକ ଦୂରତା, ନା ଅଛି ଏମାନଙ୍କ ପାଖରେ ଡର । ଯଦି ଏମିତି ନିତିଦିନ ଲାଗିରହିବ ତେବେ କରୋନା ଭଳି ମହାମାରିକୁ ହରାଇବା ଏତେ ସହଜ ହେବନାହିଁ । ଏଣୁ ପ୍ରଶାସନକୁ ଅନୁରୋଧ କରୁଛୁ ଯଥା ଶୀଘ୍ର ଏଥି ପ୍ରତି ଧ୍ୟାନ ଦିଅନ୍ତୁ ।
ରିପୋର୍ଟ :- ଆରତ କୁମାର ହୋତା ।

Leave A Reply

Your email address will not be published.