ସାଇଗୁରୁକୂଳ ବିଦ୍ୟାଳୟ ରେ ସ୍ୱାଧୀନତା ଦିବସ ଓ ବୃକ୍ଷ ରୋପଣ ।

0 129

ଭଞ୍ଜନଗର,୧୬/୦୮(ପିପିଟି); ଭଞ୍ଜନଗର ଶ୍ରୀରାମ ନଗର ଠାରେ ଥିବା ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ରେ ଚଳିତ ବର୍ଷ ୭୪ତମ ସ୍ଵାଧିନତା ଦିବସ କୋଭିଡ଼ ନିୟମ ପ୍ରକାରେ ପାଳନ କରାଯାଇଥିଲା।ବିଦ୍ୟାଳୟର ସଭାପତି ଶୂଳପାଣି ଶତପଥୀ ସକାଳ ସାଢେ଼ ୭ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତି ରେ ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଗୌରଚନ୍ଦ୍ର ରାଉତଙ୍କ ବିୟୋଗରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହାପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.