ସାଇଗୁରୁକୁଳ ଆବାସିକ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକୋତ୍ସବ ।

0 413

ଭଞ୍ଜନଗର, ୧୨/୦୧(ପିପିଟି):ଭଞ୍ଜନଗର ଶ୍ରୀରାମନଗର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟର ୧୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଉତ୍ତମ ଶିକ୍ଷା ଓ ସଂସ୍କାର ଦ୍ୱାରା କିଭଳି ଜଣେ ଅନୁପ୍ରାଣିତ ହୋଇ ତାହାର ଆଚାର ଏବଂ ବ୍ୟବହାରରେ ପରିବର୍ତ୍ତନ ଘଟି ସେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରେ ତାହା ଏହି ବିଦ୍ୟାଳୟରେ ସମ୍ଭବ ବୋଲି କହିଥିଲେ। ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ପ୍ରାକ୍ତନ ଅଧ୍ୟକ୍ଷ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଏହି ବିଦ୍ୟାଳୟର ଉତ୍ତମ ପରିବେଶ ଓ ଉନ୍ନତ ଶିକ୍ଷା ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ହୋଇ ଛାତ୍ରଛାତ୍ରୀମାନେ ନିଶ୍ଚିତ ସଫଳତା ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ। ସଭାପତି ରମାକାନ୍ତ ପାଢ଼ୀ ଓ ଉପଦେଷ୍ଟା ସୂର୍ଯ୍ୟନାରାୟଣ ପତି ପ୍ରମୁଖ ମଞ୍ଚାସୀନ ଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅଧ୍ୟକ୍ଷ ଅଜିତ ଶତପଥୀଙ୍କ ରଚିତ ଓ ଉପଦ୍ରେ ଶତପଥୀଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ତ୍ରିରଙ୍ଗା’ ପରିବେଷଣ ହୋଇଥିଲା।ଯାହାକି ଉପସ୍ଥିତ ସମସ୍ତ ଅତିଥି ଓ ଅଭିଭାବକ ମହଲରେ ବେଶ ପ୍ରଶଂସିତ ହୋଇଥିଲା।ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.