ସାଂସଦ ଅପରାଜିତା ଷଡ଼ଙ୍ଗୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଲେ, କୋଭିଡ୍ କଟକଣାକୁ ଉଲ୍ଲଘଂନ ।

0 305

ବୋଲଗଡ଼, ୨୮/୦୧(ପିପିଟି): ବୋଲଗଡ଼ ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳିତ ପ୍ରଚାର ପ୍ରସାର କରିବା ପାଇଁ ମୈଦାନକୁ ଓହ୍ଲାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସମସ୍ତ ଦଳୀୟ କର୍ମୀଙ୍କୁ ନେଇ ରାଜସୁନାଖଳା ଠାରୁ ସାଗରଗୁଆଁ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ଭାବରେ ରାଲି କରିବା ନିମନ୍ତେ ଷଡ଼ଙ୍ଗୀ ଖୋଦ୍ ଅଣ୍ଟାଭିଡ଼ି ମୈଦାନକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ ଦଳୀୟ କର୍ମୀଙ୍କ ପ୍ରଚାରରେ । ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତ୍ୟେକ ଗ୍ରାମର ଦୁଆର ଦୁଆର ବୁଲି ଦଳୀୟ ପ୍ରଚାର ପ୍ରସାର କରୁଥିବା ବେଳେ ସାଂସଦ ଙ୍କ ସମେତ ସମସ୍ତ ବିଜେପି କର୍ମୀ ବହୁସଂଖ୍ୟକ କର୍ମୀ ଲୋକଙ୍କ ଠାରୁ ଜନମତ ଲୋଡିଥିଲେ । ସ୍ଥାନୀୟ ବୋଲଗଡ ପୋଲିସ୍ ପ୍ରଶାସନ ତରଫରୁ ପ୍ରଚାର ପ୍ରସାର ରାଲିକୁ କାହିଁକି ବାରଣ କରୁନାହିଁ ଯଦିଓ ବାରଣ କରାଯାଇଛି ତାହାଲେ ଖୋଦ୍ ସାଂସଦ କେମିତି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଦରେ ଆଡେଇ ଦେଉଛନ୍ତି,ଏଠି ସମାଜରେ ପ୍ରଶ୍ନ ଉଠେ ପୋଲିସ୍ ପ୍ରଶାସନ କ’ଣ କରୁଛି ଖାଲି କ’ଣ ମାସ୍କ ଓ ହେଲ୍ ମେଟ୍ ଚେକିଙ୍ଗ୍ ପାଇଁ ? ଫଳରେ ଲୋକମାନଙ୍କ ମଧ୍ୟରେ ମହାମାରି କରୋନା ସଂକ୍ରମଣ ଓ ଓମିକ୍ରନ୍ ସଂକ୍ରମଣ ବହୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.