ରାଉରକେଲା:ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି ।ମନୋରଞ୍ଜନଙ୍କ ରାଉରକେଲାରେ ଥିବା ୨ଟି ଘର ସହ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉରେ ନିୟୋଜିତ ଅଛନ୍ତି ଜଣେ ଆଡିଶନାଲ ଏସପି, ୪ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ । ତେବେ ଏବେ ଯାଏଁ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ସେନେଇ ଭିଜିଲାନ୍ସ ବିଶେଷ ତଥ୍ୟ ଦେଇ ନାହିଁ । ଚଢ଼ାଉ ଶେଷରେ ଭିଜିଲାନ୍ସ ତଥ୍ଯ ପ୍ରଦାନ କରିବ।