ସରକାରୀ ସହାୟତାରୁ ବଞ୍ଚିତ ପରିବାର ମାନଙ୍କୁ ବିଜେପିର ରାସନ ବଣ୍ଟନ ।

0 83

ବ୍ରହ୍ମପୁର,୧୭/୦୪- ବିଜେପି କାର୍ଯ୍ୟକର୍ତ୍ତା ମାନେ ନିଜ ସମ୍ବଳ ଅନୁଯାୟୀ ନିଜ ଅଞ୍ଚଳରେ ରହୁଥିବା ଗରିବ ପରିବାରକୁ ବିଭିନ୍ନ ଖାଦ୍ଯ ସାମଗ୍ରୀ ବଣ୍ଟନ କରୁଛନ୍ତି ।ଆଜି ବିଜେପି ଗେଟ୍ ବଜାର ମଣ୍ଡଳ ଅଞ୍ଚଳରେ ଡାଲି,ଚାଉଳ,ପରିବା ଇତ୍ଯାଦି ମଣ୍ଡଳ ସଭାପତି ଏସ୍.ଶ୍ରୀନିବାସ ରାଓଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ବଣ୍ଟନ କରାଯାଇଥିଲା ।ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ରହି ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିବା ସହ ବିପିଏଲ୍ କାର୍ଡ ନଥିବା କିଛି ଗରିବ ପରିବାରକୁ ରାସନ ସାମଗ୍ରୀ ଯୋଗାଇବା ବ୍ଯବସ୍ଥା କରିଥିଲେ ।ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ୍ .ରାଜେନ୍ଦ୍ର କୁମାର,ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଢଙ୍ଗୀ,ଭି.ସତୀଶ,କୁନା ଦାସ,ସୁବାସିନୀ ବେହେରା,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଏସ୍.ରାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.