ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସ୍ଥିତି ସ୍ପଷ୍ଟ ହୋଇନାହିଁ; ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ସରକାରୀ ଜମି !

0 624

ଫୁଲବାଣୀ,୧୩/୦୭(ପିପିଟି);କନ୍ଧମାଳ ଜିଲ୍ଲା ସଦର ମହକୁମା ନିକଟ ତିଲକପଡା ଠାରେ ମେଡ଼ିକାଲ କଲେଜ ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଥିବା ଏକ ପ୍ରଚାର ଚାଲିଛି । ଏହାକୁ ଆୟୁଧ କରି ଫୁଲବାଣୀ ସହରର କିଛି ଜମି ମାଫିଆଙ୍କ ଚାଲିଛି ପୁସମାଷ । ସ୍ଥାନୀୟ ପିଟବାରି ଓ ତିଲକପଡା ମଝିରେ ଥିବା ସରକାରୀ ଜମିକୁ ଲକ୍ଷ ଲକ୍ଷ ଟଙ୍କାରେ କିଣା ବିକା ଚଳାଇଛନ୍ତି । କରୋନା ନେଇ ସରକାରଙ୍କ ରାଜକୋଷ ପ୍ରଭାବିତ ହୋଇଥିବାରୁ ପ୍ରଶାସନ ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ଜୋରିମାନା ଆଦାୟ କରି ରାଜକୋଷକୁ ଭରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଫୁଲବାଣୀରେ ଜମି ମାଫିଆ ସରକାରୀ ଜମି ହଡପ କରି କୋଟି କୋଟି ଟଙ୍କା ରାଜସ୍ବ ଲୁଟୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ନୀରବତା ସନ୍ଦେହ ସୃଷ୍ଟି କରିଛି । ସାଧାରଣ ଗରିବ ଲୋକଟିଏ ଭୂମିହୀନ ଥାଇ ମୁଣ୍ଡ ଗୁଞ୍ଜିବାକୁ ଝୁପୁଡିଟିଏ କରିଥିଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଝୁପୁଡି ଭାଙ୍ଗି ତାକୁ ପୁଣି ଭୂମିହୀନ କରିଦେଉଛନ୍ତି । ସରକାରୀ ଜମି ଜବରଦଖଲ ହଟାଇବା ଆଳରେ କିନ୍ତୁ ମାଫିଆ ମୂଲ୍ୟବାନ ସରକାରୀ ଜମି ବିଭିନ୍ନ ବିଭାଗୀୟ ଜମି ଏହିପରିକି କେନାଳ ତଳିଆ ସରକାରୀ ଜମିକୁ ହଡପ କରି କୋଟି କୋଟି ଟଙ୍କାରେ କିଣା ବିକା କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ନୀରବତା ପ୍ରଶ୍ନବାଚି ସୃଷ୍ଟି କରିଛି । ମାଫିଆ ଓ ବିଭାଗୀୟ ଅଧିକାରୀ ମାନଙ୍କ ଏହି ଜମି ହଡପ ନେଇ ମଧୁଚନ୍ଦ୍ରିକ ଚାଲିଥିବା ଅଭିଯୋଗ ହେଉଛି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସରକାରୀ ରାଜକୋଷ ଲୁଟକୁ ରୋକିବାକୁ ଦାବି ହେଉଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.