ସମିତି ସଭ୍ୟ ପ୍ରାର୍ଥୀ ଭାବେ ବେଲଗୁଣ୍ଠା ପ୍ରେସକ୍ଲବ କୋଷାଧ୍ୟକ୍ଷଙ୍କ ନାମାଙ୍କନ ପତ୍ର ଦାଖଲ ।

0 234

ବେଲଗୁଣ୍ଠା,୨୨/୦୧(ପିପିଟି): ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଉଭା ହେବେ ରାଜ୍ୟର ବହୁ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଯାହା ଏକ ସ୍ଵଚ୍ଛ ଏବଂ ବଳିଷ୍ଠ ରାଜନୀତିର ଶୁଭ ସଙ୍କେତ ବୋଲି ରାଜନୈତିକ ସମୀକ୍ଷକ ଭାବେ ଆଲୋଚନା କରୁଛନ୍ତି । ଏହି ପରି ବେଲଗୁଣ୍ଠା ବ୍ଳକ୍ ର ଉଚ୍ଚ ଶିକ୍ଷିତ ଯୁବକ,ସମାଜସେବୀ ତଥା ଗଣ ମାଧ୍ୟମ ପ୍ରତିନିଧି ମାଆ ମାଟିର ସେବା କରିବା ପାଇଁ ଓହ୍ଲାଇଛନ୍ତି ରାଜନୀତି ରଣାଙ୍ଗନକୁ । ସୂଚନା ପ୍ରକାରେ ବେଲଗୁଣ୍ଠା ପ୍ରେସକ୍ଲବ କୋଷାଧ୍ୟକ୍ଷ ବିଭୂପାଦ ଜେନା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୋବରା ପଂଚାୟତରୁ ବିଜେଡି଼ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ପ୍ରକାଶନ ଥାଉ କି ୪୦ ବର୍ଷୀୟ ବିଭୂପାଦ ଜଣେ ଉଚ୍ଚ ଶିକ୍ଷିତ ଉଦ୍ୟମୀ ଯୁବକ । ନିଜର ଶିକ୍ଷାଗତ ଯୋଗ୍ୟତା ଭାବରେ ଗଣିତ ଶାସ୍ତ୍ରରେ ମାଷ୍ଟର୍ ଡିଗ୍ରୀ ହାସଲ କରିବା ସହିତ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ସେ ଦୀର୍ଘ ଦଶ ବର୍ଷ ହେବ ସାମ୍ବାଦିକତା କରି ଆସୁଛନ୍ତି । ସେହିପରି ସମାଜସେବା,ରାଜନୀତି ଏବଂ ନେତୃତ୍ୱ ନେବାରେ ମଧ୍ୟ ବିଭୂପାଦଙ୍କର ବହୁ ପୁରୁଣା ଅଭିଜ୍ଞତା ରହିଛି । ବିଭୂପାଦ ଛାତ୍ର ଜୀବନରୁ ରାଜନୀତି ପ୍ରତି ଆଗ୍ରହ ରଖିଥିବା ବେଳେ ୧୯ ବର୍ଷ ବୟସରୁ ଆଳିଆ ସମାଜର ସଭାପତି ରହିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ଅନୁଷ୍ଠାନର ଦାୟିତ୍ୱ ମଧ୍ୟ ସୂଚାରୁ ରୂପେ ତୁଲାଇଛନ୍ତି । ନିୟମିତ ଭାବେ ରକ୍ତଦାନ ଶିବିର ଏବଂ ଅନ୍ୟାନ୍ୟ ଶୈକ୍ଷିକ ତଥା ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ବିଭୂ ସର୍ବଦା ଅଗ୍ରଣୀ ଭୂମିକା ନିଭାଇ ଥାଆନ୍ତି । ତାଙ୍କ ମାଆ ଗୋଲାପ ଜେନା ମଧ୍ୟ ୨୦୦୨ ରୁ ୨୦୦୭ ମଧ୍ୟରେ ଗୋବରା ପଞ୍ଚାୟତ ସରପଞ୍ଚ କାର୍ଯ୍ୟ କରିଥିବା ବେଳେ ନିଜେ ବିଭୂପାଦ ମଧ୍ୟ ବିଜେଡ଼ିର ବହୁ ସାଙ୍ଗଠନିକ ପଦ ପଦବୀରେ ଦାୟିତ୍ୱ ତୁଲାଇଛନ୍ତି । ଗତ ବର୍ଷ ସେ ବେଲଗୁଣ୍ଠା ବ୍ଳକ୍ ପାଇଁ ବିଜେଡ଼ିର ଡିଜିଟାଲ୍ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ପ୍ରାର୍ଥୀ ପତ୍ର ଦାଖଲ ସମ୍ପର୍କରେ ବିଭୂପାଦ କହିଛନ୍ତି ଯେ ସେ ସର୍ବଦା ବିଜେଡ଼ି ଦଳ ପାଇଁ କାମ କରୁଥିବା ବେଳେ ବର୍ତ୍ତମାନ ଦଳୀୟ ନେତୃବୃନ୍ଦଙ୍କ ପରାମର୍ଶ କ୍ରମେ ସେ ନିଜ ମାଆ ମାଟିର ପ୍ରତ୍ୟେକ୍ଷ ସେବା କରିବାର ସୁଯୋଗ ପାଇଛନ୍ତି । ବିଭୂପାଦଙ୍କ ସାଂଗଠନିକ ଦକ୍ଷତା,ସାମାଜିକ କାର୍ଯ୍ୟକ୍ରମ ଏବଂ ରଜନୀତିରେ ନିଜ ମାଆଙ୍କ ଅଭିଜ୍ଞତା ତାଙ୍କ ବିଜୟକୁ ଅଧିକ ସୁଗମ କରିବ ବୋଲି ଅଞ୍ଚଳବାସୀ ଆଲୋଚନା କରୁଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.