ସପିଙ୍ଗ ମଲ ଓ ଗହଣା ବ୍ୟବସାୟୀଙ୍କୁ ସଚେତନ କଲା ପ୍ରଶାସନ ।

0 304

ଭଞ୍ଜନଗର,୦୬/୦୧(ପିପିଟି): ଦିନକୁ ଦିନ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଲୋକମାନେ ଭୟଭୀତ ହୋଇ ରହିଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ଚାଲିଛି।ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ତରଫରୁ ଗାଇଡ଼ ଲାଇନ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ପ୍ରଶାସନ ମଧ୍ୟ କରୋନା କଟକଣା କୁ କଡାକଡି ଭାବେ ପାଳନ କରିବାକୁ ସଚେତନତା ଅଭିଯାନ ଆରମ୍ଭ କରିଛି। ଗୁରୁବାର ଏନଫୋର୍ସମେଣ୍ଟ ଟିମ ସହରରେ ଥିବା ୩ଟି ସପିଙ୍ଗ ମଲ ଓ ସମସ୍ତ ଗହଣା ଦୋକାନକୁ ଯାଇ ବ୍ୟବସାୟୀ ମାନଙ୍କୁ ସଚେତନ କରିଥିଲେ। ଦୋକାନ ଭିତରେ ଭିଡ଼ ନିୟନ୍ତ୍ରଣ କରିବା ସହ ସାମାଜିକ ଦୂରତା ରଖିବା, ମାସ୍କ ଓ ସାନିଟାଇଜର ବ୍ୟବହାର,ରାତି ୯ଟା ସମୟରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବା ଭଳି ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଖିଲାପ କଲେ ଜୋରିମାନା ଆଦାୟ ସହ ଉକ୍ତ ଦୋକାନକୁ ସିଲ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ଟିମରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ ବହୁ ଏନଏସି କର୍ମଚାରୀ ସାମିଲ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.