ବେଲଗୁଣ୍ଠା,୨୫/୧୦(ପିପିଟି): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତର ଛାତ୍ର ବିଜେଡ଼ି ସଭାପତି ତଥା ଗ୍ରାମର ବିଦ୍ୟାଧର ସେଠୀଙ୍କ ପୁଅ କାହ୍ନୁ ଚରଣ ସେଠୀ (୨୫) ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ପ୍ରକାରେ ଗତ ଛଅ ତାରିଖରେ କାହ୍ନୁ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଆହତ କାହ୍ନୁଙ୍କୁ ପ୍ରଥମେ ବାଲିପଦର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏବଂ ପରେ ଭୁବନେଶ୍ୱର ସ୍ଥିତ କିମସ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ କାହ୍ନୁଙ୍କର ମୃତ୍ୟୁ ଘଟିଥିଲା । କାହ୍ନୁ ଜଣେ ମେଳାପୀ ଛାତ୍ର ହୋଇଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କାହ୍ନୁଙ୍କ ମୃତ୍ୟୁ ଖବର ପାଇ ଆସ୍କା ସାଂସଦ ପ୍ରତିନିଧି ପ୍ରଶାନ୍ତ ନାୟକ, ପୂର୍ବତନ ସରପଞ୍ଚ ବିଦ୍ୟାଧର ବିଷୋୟୀ, ପୂର୍ବତନ ସମିତିସଭ୍ୟ ରାଜକିଶୋର ବିଷୋୟୀ, ଛାତ୍ର ବିଜେଡ଼ି ସଭାପତି ଜ୍ୟୋତି ରଞ୍ଜନ ନାୟକ,ପୂର୍ବତନ ସରପଞ୍ଚ ବଳରାମ ଖଟେଇ, ଇଙ୍ଗିନାଠି ସରପଞ୍ଚ ପ୍ରତିନିଧି ତ୍ରିନାଥ ଗୋଛାୟତ, ମଙ୍ଗଳପୁର ସମିତି ସଭ୍ୟ ଅଭିମନ୍ୟୁ ନାୟକ, ସେବା ସମବାୟ ସମିତି ସଭାପତି ପିତାମ୍ବର ଆପଟ ପ୍ରମୁଖ କାହ୍ନୁଙ୍କର ଅନ୍ତିମ ଦର୍ଶନ କରିଥିଲେ । କାହ୍ନୁଙ୍କ ମୃତ୍ୟୁରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ଳକ୍ ସାଧାରଣ ସମ୍ପାଦକ ଏସ୍ ରାମେଶ୍ୱର ପାତ୍ର, ପୂର୍ବତନ ସମିତି ସଭ୍ୟ ତଥା ୪୭ ନମ୍ବର୍ ଜୋନ୍ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବେଲଗୁଣ୍ଠା ବିଜେଡ଼ି ଡ଼ିଜିଟାଲ ସମ୍ପାଦକ ବିଭୁପାଦ ଜେନା,ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ,କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼, ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ କାହ୍ନୁଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )