ସଡକ ଦୁର୍ଘଟଣାରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ।

0 422

ଖୋର୍ଦ୍ଧା,୨୪/୦୮(ପିପିଟି); ଜଙ୍କିଆ ଥାନା ନୂଆ ଜଗନ୍ନାଥ ସଡକର ସିକୋ କଲେଜ ନିକଟରେ ଆଜି ସଂଧ୍ୟା ୫:୩୦ ମିନଟ ରେଏକମିନି ଟ୍ରକ୍ ଧକ୍କା ଦେବା ଫଳରେ ବାଇକ୍ ରେ ଯାଉଥିବା ସ୍ବାମୀ ଏବଂ ସ୍ତ୍ରୀ ଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ରଣପୁର ଥାନା ଗୋଡିମଡା ଗ୍ରାମର ବାବୁଲା ପ୍ରଧାନ ଏବଂ ତାଙ୍କ ପତ୍ନୀ । ସେମାନେ ଭୂବନେଶ୍ବରରୁ ନିଜ ପୈତୃକ ଗ୍ରାମକୁ ଯାଉଥିଲେ। ଦୁର୍ଘଟଣା ପରେ ଉଭୟଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଦୁର୍ଘଟଣା ଘଟିଥିବା ମିନି ଟ୍ରକକୁ ଜଙ୍କିଆ ପୋଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.