ସଟ ଡାଉନକୁ ସମର୍ଥନ ଜଣାଇଲେ ସାନଖେମୁଣ୍ଡି ବ୍ଲକ ବାସି।

0 2,637

ସାନଖେମୁଣ୍ଡି,(ପିପିଟି)୧୩/୦୬, କରୋନା ଭୁତାଣୁ ସଂକ୍ରମଣ ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତ ଦିନକୁ ଦିନ  ଦ୍ରୁତ ଗତିରେ ବଢି ଥିବା ଚିହ୍ନଟ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ସଚେତନତା କାର୍ଯ୍ୟକ୍ରମ ରହିଛି ।କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ନୁଆ ନିୟମ ଲାଗୁ କରିଛନ୍ତି । ସାରା ଦେଶରେ ଲକ୍ ଡାଉନ ଜାରି ହୋଇଥିବା ବେଳେ ଜୁନ ମାସକୁ ଅଧିକ ଗୁରୁତ୍ଵ ଦେବା ସହ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି।ରାଜ୍ୟ ରେ ଆଜି ଦ୍ବିତୀୟ ଥର ଦୁଇ ଦିନ ପାଇଁ ସଟ ଡାଉନ ହୋଇଛି । ଆଗକୁ ରଜ ଆସୁଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଥି ପ୍ରତି ବିଭିନ୍ନ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ପାଟପୁର ,ରାଧାଦେଇପୁର,ଏରେଣ୍ଡ୍ରା,ଖଲିଙ୍ଗୀ,ଦୟାନଧିପୁର ପଞ୍ଚାୟତ ବାସି ସଟ ଡାଉନକୁ ସମର୍ଥନ ଜଣାଇ ନିଜ ନିଜ ଘରେ ରହିଛନ୍ତି । ଅତି ଆବଶ୍ୟକ ପଡିଲେ ବାହାରକୁ ବାହାରୁଛନ୍ତି।ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ପାଟପୁର ଥାନା ଅଧିକାରୀ ଅଜୟ ବାରିକ ସଟ ଡାଉନରେ କେହି ଯେମିତି ବିନା କାରଣ ରେ ବାହାରେ ବୁଲୁନଥିବେ ସେଥି ପ୍ରତି ଦୃଷ୍ଟି ଦେଇ ପେଟ୍ରୋଲିଂ କରୁଛନ୍ତି । ଯଦି କେହି ମାସ୍କ ନ ପିନ୍ଧି ଯିବାର ଦେଖିଲେ ସେମାନଙ୍କୁ କରୋନାର ଭୟାବହ ବିଷୟରେ ବୁଝାଉଛନ୍ତି । କିଛି ଅମାନିଆ ବିନା କାରଣ ରେ ବିନା ମାସ୍କ ରେ  ବୁଲୁଥିବାର ଦେଖିଲେ ସେମାନଙ୍କଠୁ ଫାଇନ ଆଦାୟ ମଧ୍ୟ କରୁଛନ୍ତି । ପ୍ରଶାସନ କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ସାନଖେମୁଣ୍ଡି ତହସିଲଦାର ଏବଂ ପାଟପୁର ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ମାନଙ୍କଠୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
ରିପୋର୍ଟ :- ଆରତ କୁମାର ହୋତା ।

Leave A Reply

Your email address will not be published.