ସଟ୍ ଡାଉନରେ କୋଦଳା ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ।

0 373

କୋଦଳା,(ପିପିଟି)୦୬/୦୬, କରୋନା ମହାମାରୀ କୁ ଗୁରୁତର ସହ ନେଇ ଗୋଷ୍ଠୀ ସଂକ୍ରମଣ ବଢିବା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୧ ଟି ଜିଲ୍ଲାକୁ ଜୁନ ମାସର ଶନି ଓ ରବିବାର ଦୁଇ ଦିନିଆ ସଟ୍ ଡାଉନର ନିର୍ଦେଶ ଦେଇଛନ୍ତି।ରାଜ୍ୟ ସରକାରଙ୍କର ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଳା ପ୍ରଶାସନ ନିର୍ଦ୍ଦେଶ ଦେଇଛି l ଏହି ପରିପ୍ରେକ୍ଷୀ ରେ ଆଜି କୋଦଳା ପ୍ରଶାସନ ତଥା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳ ସମ୍ପୂର୍ଣ ବନ୍ଦ ହୋଇଛି ।ସଟ୍ ଡାଉନ କଟକଣାରେ ସମସ୍ତ ଅଞ୍ଚଳ ଗୁଡିକରେ ଦୋକାନ ବଜାର ଓ ଗାଡ଼ି ମୋଟର ସବୁ ବନ୍ଦ ରହିଛି, ରାସ୍ତା ଘାଟ ଶୂନ ଶାନ ,ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତ୍ରୁତ୍ଵ ରେ ସେକଣ୍ଡ ଅଫିସର ଅନିଲ କୁମାର ସାହୁ ପୋଲିସ କର୍ମଚାରୀଙ୍କ ସହିତ ଛକ ଛକ ରେ ପଇଁତାରା ମାରୁଛନ୍ତି ।କୌଣସି ବ୍ୟକ୍ତି ବିନା କାରଣ ରେ ପଦାକୁ ଗାଡ଼ି ନେଇକି ଯାଇପାରିବେନି ଓ ଯଦି ଗାଡ଼ି ନିଅନ୍ତି ତାହାଲେ ତାଙ୍କ ଗାଡ଼ି ସିଜ ହେବା ସହ ଜୋରିମାନା ଆଦାୟ କରାଯିବ ବୋଲି ଚେତାବନି ଦେଉଛନ୍ତି ଓ ସଚେତନ କରୁଥିବା ଦେଖିବାକୁ ମିଳିଛି ।ଅତ୍ୟାବଶ୍ୟକୀୟ ଜିନିଷ ବିକ୍ରୟ କରିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା,ଧଳା ରଙ୍ଗ ରେ ଗୋଲେଇ କାଟିବା  ଓ ମାସ୍କ  ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ଡାକ୍ତର ଖାନା ଓ ମେଡିସିନ ଦୋକାନ ଖୋଲା ରହିଥିଲେ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ଦେଖା ମିଳୁନାହିଁ ।ଶଟଡାଉନ ସତ୍ୱେ ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶରେ ସମସ୍ତ ସଫେଇ କର୍ମଚାରୀ ସମସ୍ତ ସଙ୍ଗରୋଧ କେନ୍ଦ୍ର ଗୁଡିକୁ ସାନିଟାଇଜର କରାଯାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.