ସଙ୍ଗରୋଧ କେନ୍ଦ୍ରରେ ସଙ୍ଗୀତ ଓ ବ୍ଯାୟାମ କାର୍ଯ୍ୟକ୍ରମ ।

0 48

ଜଗତସିଂହପୁର,(ପିପିଟି ନିଉଜ ) ତା୧୭/୦୫/୨୦୨୦- ତିର୍ତ୍ତୋଲ ବ୍ଲକ୍ ପଟିଲୋ ପଞ୍ଚାୟତ ମହିଳୋ ଉଚ୍ଚ ବିଦ୍ୟାଳୟରେ ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏଠାରେ ଆଜି ସୁଦ୍ଧା ୧୫ ଜଣ କ୍ଯାରେଣ୍ଟାଇନ୍ ରେ ଅଛନ୍ତି । ସରପଞ୍ଚ ଚିତ୍ତରଞ୍ଜନ ରଥଙ୍କ ସୁପରିଚାଳନା ରେ ଯଥା ସମୟରେ ଖାଦ୍ୟପେୟର ସୁବନ୍ଦୋବସ୍ତ କରାଯାଉଛି । ସୃତିମଧୁର ସଙ୍ଗୀତରେ ସକାଳ ର ଆରମ୍ଭ ସହ  ବିଦ୍ୟାଳୟ ର ପରିସରରେ ଦୁଇ ଘଣ୍ଟାର ଶାରୀରିକ ବ୍ୟାୟାମ ଓ ନିତ୍ୟକର୍ମସାରି ଜଳଖିଆ ଖାଇଵା ପରେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ସହ କଥାବାର୍ତ୍ତା , ଆଲୋଚନା ଏକ ନୂତନ ଅନୁଭୂତି ବୋଲି ବ୍ୟକ୍ତ କରିଛନ୍ତି ଏହି ଅନ୍ତେବାସୀ ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.