ସଙ୍ଗରୋଧ କେନ୍ଦ୍ରରେ ଭଜନ ସମାରୋହ ସହିତ ଯୋଗ ଶିକ୍ଷା ।

0 76

ଉଲୁଣ୍ଡା,(ପିପିଟି ନ୍ଯୁଜ୍)୧୯/୦୫, ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ରଥପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ସଂଗରୋଧ କେନ୍ଦ୍ର ଠାରେ ଭଜନ ସମାରୋହ ସାଙ୍ଗକୁ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କେନ୍ଦ୍ରରେ ୧୦୬ ଜଣ ପ୍ରବାସୀ ରହିଥିବାବେଳେ ସେମାନଙ୍କର ମନୋରଞ୍ଜନ ତଥା ସେମାନଙ୍କ ଶରୀର ସୁସ୍ଥ ରଖିବା ସକାଶେ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା । ଏଥିରେ ଯୋଗାଚାର୍ଯ୍ୟ ଦ୍ବିତୀକୃଷ୍ଣ ପଣ୍ଡା ଯୋଗ ଶିକ୍ଷା ପ୍ରଦାନ କରିଥିବାବେଳେ ବିରମହାରାଜପୁର ନନ୍ଦିଘୋଷ ଆଧ୍ୟାତ୍ମିକ ପରିଷଦ ତରଫରୁ ପୁରାଣ ପାଠ ସହ ଭଜନ ସମାରୋହ ଆୟୋଜନ କରାଯାଇଥିଲା ।ଅନୁଷ୍ଠାନର ଏହିଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.