ସଙ୍ଗରୋଧ କେନ୍ଦ୍ରରେ ପାଞ୍ଚ କରୋନା ପଜିଟିଭ ଚିହ୍ନଟ ପେରେ ସଟଡାଉନ ଘୋଷଣା ।

0 719

ଜଗତସିଂହପୁର (ପିପିଟି ନ୍ଯୁଜ୍)୧୬/୦୬/-ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତସ୍ଥ କଟରା ହାଇସ୍କୁଲ ସଂଘରୋଧ କେନ୍ଦ୍ରରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଏମାନେ କଲିକତା ଫେରନ୍ତା ବୋଲି ଜଣାପଡ଼ିଛି । ଜିଲ୍ଲାର ଏକମାତ୍ର କୋଭିଡ୍ ହସ୍ପିଟାଲ ପାରାଦ୍ଵୀପ ରେ ଥିବାରୁ ଚିକିତ୍ସା ନିମନ୍ତେ ଏସମସ୍ତଙ୍କୁ  ପାରାଦୀପ ପଠାଯାଇଛି । ସରପଞ୍ଚଙ୍କ ତତ୍ତ୍ଵାବଧାନରେ ବିଶୋଧକ ସିଞ୍ଚନ କାର୍ଯ୍ୟ ଚାଲୁ ରହିଛି । ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ତିନିଜଣ ସଂଘରୋଧ କେନ୍ଦ୍ରରୁ ଘରକୁ ଲୁଚିକରି ଯାଇଥିଵା ଜଣାପଡିଵା ପରେ ସମଗ୍ର ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳକୁ ସଟ୍ ଡାଉନ୍ କରିବା ନିମନ୍ତେ  ଏହି ପଞ୍ଚାୟତ ତଥା ଆଖପାଖ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନର ଅନୁମୋଦନ ପରେ ଆସନ୍ତା ୭୨ ଘଣ୍ଟା ନିମନ୍ତେ ଶୁକ୍ରବାର ରାତି ୭ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଅବଧି କାର୍ଯ୍ୟକ୍ଷମ ରହିବ ବୋଲି ଜଣାପଡ଼ିଛି । ତା’ପର ଦୁଇ ଦିନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସଟ୍ ଡାଉନ୍ କୁ ହିସାବ କଲେ ସୋମବାର ସକାଳ ୭ଟାରେ ସଟ୍ ଡାଉନ୍ ଅବଧି ଶେଷ ହେବ ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.