ସଙ୍ଗରୋଧ କେନ୍ଦ୍ରରେ ସାନିଟାଇଜର୍ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ।

0 391

ଚିକିଟି,(ପିପିଟି)୧୨/୦୫ : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅଧୀନ ରମ୍ପା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ମହିଳା ସାନିଟାଇଜର୍ (ବିଶୋଧକ) ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ହେଲେ, କେ. ଦମୟନ୍ତୀ (୨୪)। ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଡାକ୍ତରୀ ଦଳ ପହଞ୍ଚି ଦମୟନ୍ତୀଙ୍କ ପ୍ରାଥମିକ ଚିକିତ୍ସା କରିଥିବାବେଳେ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମନୋଜ କୁମାର ପାଢ଼ୀ ସୂଚନା ଦେଇଛନ୍ତି।ଗତ ୮ତାରିଖରେ ଦମୟନ୍ତୀଙ୍କ ୩ ବର୍ଷର ଶିଶୁକନ୍ୟାକୁ ଏକ ବିଷାକ୍ତ କୀଟ କାମୁଡ଼ି ଦେଇଥିଲା। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଝିଅର ମୃତ୍ୟୁ ହୋଇଥିଲା। ସେଠାରୁ ଏକ ଆମ୍ବୁଲାନ୍ସ୍ ଯୋଗେ ଝିଅର ଶବକୁ ଧରି ଦମୟନ୍ତୀ ଏବଂ ତାଙ୍କ ଶାଶୂଶ୍ବଶୁର ଗ୍ରାମକୁ ଫେରିଥିଲେ। ଶିଶୁକନ୍ୟାର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। କିନ୍ତୁ ସଂକ୍ରମିତ ଇଲାକାରୁ ଦମୟନ୍ତୀ ଆସିଥିବାରୁ ଦମୟନ୍ତୀ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। କିନ୍ତୁ ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଦମୟନ୍ତୀ ସବୁବେଳେ ଗୁମ୍‌ସୁମ୍ ରହୁଥିଲେ। ସୋମବାର  ସକାଳ ସାଢ଼େ ୧୦ଟାରେ ରଖାଯାଇଥିବା ସାନିଟାଇଜର୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.