ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ଗରିବଙ୍କ ପାଇଁ ଖାଦ୍ୟ ଅମୃତ କଳସ କାର୍ଯ୍ୟକ୍ରମ ।

0 25

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୩୧/୦୫,କୋଭିଡ୍-୧୯ ପ୍ରଭାବରେ ସମାଜର ବହୁ ବର୍ଗର ଲୋକମାନେ ପ୍ରଭାବିତ ହୋଇଛନ୍ତି ।ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ବର୍ଗର ଲୋକମାନେ ।ବର୍ତ୍ତମାନ ଲକ୍ ଡାଉନ୍ ଚାଲିଥିବା ଯୋଗୁଁ ବହୁ ବ୍ୟବସାୟ ଅନୁଷ୍ଠାନ, ବିଦ୍ୟାଳୟ, ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।ଫଳରେ ଏଗୁଡିକରେ କାମ କରୁଥିବା ଶ୍ରମିକ ବିଭିନ୍ନ ଶ୍ରେଣୀର କର୍ମଚାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଏହି ଘଡସନ୍ଧି ମୁହୁର୍ତ୍ତରେ ଗରିବ ମାନଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଛନ୍ତି ବହୁ ସାମାଜିକ ଅନୁଷ୍ଠାନ ।ଆଜି ବେଲଗୁଣ୍ଠା ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ ତରଫରୁ ବେଲଗୁଣ୍ଠା ଅଞ୍ଚଳରେ ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାର ପାଇଁ ଅମୃତ କଳସ କାର୍ଯ୍ୟକ୍ରମ ଜରିଆରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।ସତ୍ୟ ସାଇ ସେବା ସମିତିର ସଦସ୍ୟ ମାନେ ସେମାନଙ୍କ ପରିବାରକୁ କରୋନା ସମ୍ପର୍କିତ ସଚେତନ କରାଇବା ସହ ଏକ ମାସ ପାଇଁ ଚଳିବା ପାଇଁ ଡାଲି,ଚିନି,ଛତୁଆ,ଲୁଣ, ଅଟା,ମସଲା ସାମଗ୍ରୀ,ତେଲ,ଆଳୁ,ପିଆଜ,ଚୁଡା,ସାବୁନ, ସର୍ଫ ଏବଂ ମାସ୍କ ପ୍ରଦାନ କରାଯାଇଛି ।ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସମିତି ଆବାହକ ସତ୍ୟ ନାରାୟଣ ସୁବୁଦ୍ଧି ପ୍ରକାଶ କରିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ସେବା ସଂଯୋଜକ ଡାଃ ବିଷ୍ଣୁଚରଣ ପାଢ଼ୀ,ଯୁବ ସଂଯୋଜକ ଭବାନୀ ଶଙ୍କର ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର,ବିବେକାନନ୍ଦ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.